ଆଇ ସି ଏସ୍ ଆଇ ଭୁବନେଶ୍ୱର ଶାଖା ତରଫରୁ ନୂତନ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଇ ସି ଏସ୍ ଆଇ ର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ତଥା EIRC ଭୁବନେଶ୍ୱର ଶାଖା ଦ୍ୱାରା ଷ୍ଟେଟ କନ୍ଫରେନ୍ସ ‘ଅଭ୍ୟୁଦୟ’ ସଫଳତା ପୂର୍ବକ “ପ୍ରଥମ ରାଜ୍ୟସ୍ତରୀୟ ସମ୍ବିଳନୀ” ହୋଟେଲ ମେଫେୟାରଠାରେ ଉଦ୍ଘାଟିତ ହୋଇଅଛି । ଓଡିଶାର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ ଏବଂ ଶ୍ରୀଯୁକ୍ତ ହିମାଂଶୁ ଶେଖର ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀରେ ପୌରାହିତ୍ୟ କରିଥିଲେ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଶ୍ରୀ ରୁଦ୍ର ମାଧବ ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଭୁବନେଶ୍ୱର ଶାଖାର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀମନ୍ତ ବାବୁ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଷ୍ଟ୍ର ନିର୍ମାଣରେ କମ୍ପାନୀ ସେକ୍ରେଟେରୀଙ୍କ ଭୂମିକା ଉପରେ ଆଲୋକଖ୍ୟାତ କରିବା ସହ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ନିମନ୍ତେ କମ୍ପାନୀ ସଚିବ ମାନଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ରାଜୀବ ଶେଖର ସାହୁ, ଓଡିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବର୍ତ୍ତମାନର ଶିଳ୍ପନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ନିମନ୍ତେ ଅନୁରୋଧ କରିଥିଲେ ଓ କମ୍ପାନୀ ସେକ୍ରେଟେରୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାଧୁବାଦ ଜଣାଇଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଶ୍ରୀ ହିମାଂଶୁ ଶେଖର କମ୍ପାନୀ ଆଇନ୍, ୨୦୧୩ ଏବଂ ଏହାର ପାଳନ ନିମନ୍ତେ କମ୍ପାନୀ ସେକ୍ରେଟେରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମିଳନୀକୁ କମ୍ପାନୀ ସେକ୍ରେଟେରୀ ଏବଂ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ଶ୍ରୀ ବିଶ୍ୱରଞ୍ଜନ ସୁତାର ସମ୍ବୋଧନ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ କମ୍ପାନୀ ସେକ୍ରେଟେରୀଙ୍କ ସମେତ ଶିଳ୍ପ ବିଶେଷଜ୍ଞ ଯୋଗଦାନ କରିଥିଲେ । ସମ୍ମିଳନୀକୁ ପରିଚାଳନା କରିଥିଲେ ସଂସ୍ଥାର ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ନାୟକ ଓ ଶ୍ରୀ ସୌମ୍ୟ ସୁଜିତ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ଶାଖାର ଉପାଧ୍ୟକ୍ଷ ସସ୍ମିତା ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ନୀଳକଣ୍ଠ ସାମଲ, ଶ୍ରୀ ଜ୍ୟୋତିମୟୀ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସମ୍ମିଳନୀ ଦୁଇ ଦିନ ପାଇଁ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ