ବାଲେଶ୍ୱର ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ।ଏହି ହିଂସାକାଣ୍ଡ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜକୁ ଚାରିଦିନ ହେବ ବାଲେଶ୍ଵର ପୌରାଞ୍ଚଳ ରେ କର୍ଫ୍ୟୁ ଜାରି କରାଯାଇଥିଲା।ତେବେ ଚାରିଦିନ ଧରି କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିନଥିବା ବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସହରର ପୂର୍ବସ୍ଥା ଓ ଶାନ୍ତି ଫେରାଇ ଆଣିବା ପାଇଁ ସାମ୍ବାଦିକ ବ୍ରହ୍ମାନନ୍ଦ ସ୍ବାଇଁ ଙ୍କ ଆବାହକତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ସାମ୍ବାଦିକ ପ୍ରକୋଷ୍ଠରେ ସାମ୍ବାଦିକଙ୍କ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାମ୍ବାଦିକ ଉବାଚକ ମହାନ୍ତି,ରତିକାନ୍ତ ପାତ୍ର,ମାନସ ବିଶ୍ଵାଳ,ମନୋଜ ରାଉଳ,ଆଶୁତୋଷ ମଲ୍ଲିକ,ଜୀବନ ନାୟକ,ଗୋବିନ୍ଦ ରାଠୀ,ରୁଜୁୱାନ ମଲ୍ଲିକ,ସୋମନାଥ ସାହୁ,ବିଜୟ ଦାସ ପ୍ରମୁଖ ସହରର ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ