କପାଳୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡାସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଅପରାହ୍ନରେ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଗୋଟି ପହଣ୍ଡି କରି ମନ୍ଦିର ସିଂହାସନରୁ ସ୍ନାନ ବେଦୀକୁ ନିଆଯାଇଥିଲା । ୧୦୮ ପୁରୁଷ ସୁକ୍ତ ବେଦମନ୍ତ୍ରରେ ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ତିନି ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ବର୍ଷକରେ ଥରେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ଏହି ବିରଳ ଗଜାନନ ବେଶ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ମନ୍ଦିର ପରିସରରେ ଉପସ୍ଥିତ ଥିଲେ । ଆଚାର୍ଯ୍ୟ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ପୌରହିତ୍ୟରେ ମନ୍ଦିରର ବଡପଣ୍ଡା ତଥା ବଡଠାକୁରଙ୍କ ବାଡଗ୍ରାହୀ ଅନ୍ନଦା କରଶର୍ମା, ଜଗନ୍ନାଥଙ୍କ ବାଡଗ୍ରାହୀ ତଥା ଅଙ୍ଗସେବକ ପତଞ୍ଜଳୀ କରଶର୍ମା ସ୍ନାନ କାର୍ଯ୍ୟ ସମାପନ କରିଥିଲେ । ଚନ୍ଦ୍ର ପ୍ରସାଦ ପଣ୍ଡା, ପାଣିନୀ କରଶର୍ମା ସ୍ନାନ କାର୍ଯ୍ୟରେ ସହଯୋଗ କରିଥିଲେ । ସ୍ନାନ ପରେ ମନ୍ଦିର ପଛପଟେ ଥିବା ଅଣସର ଘର ପିଣ୍ଡିକୁ ନିଆଯାଇଥିଲା । ମନ୍ଦିର ସେବାୟତ ସମିତି ପକ୍ଷରୁ ପ୍ରକାଶ ଚନ୍ଦ୍ର ସାହୁ, ଅର୍ଜ୍ଜୁନ ବାରିକ, ରବିନ୍ଦ୍ର ରାଉତ, ସଚ୍ଚିନ୍ଦ୍ର ରାଉତରାୟ, ଉତ୍ତମ କୁମାର ସାହୁ, ଶ୍ୟାମ ସୁନ୍ଦର ଆରୁକ୍‌, ଚାରୁ ଚନ୍ଦ୍ର ଜେନା, ଅପତ୍ତି ବାରିକ, ନାରାୟଣ ବାରିକ, ଧନେଶ୍ୱର ସାହୁ, ଶମ୍ଭୁନାଥ ନାୟକ ପ୍ରମୁଖ ସମସ୍ତ ସେବାୟତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ