ପ୍ରିୟତମାଙ୍କୁ ମିଳିଲା ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତ ଶୁଦ୍ଧକଣ୍ଠି ଗ୍ରାମର ଭିନ୍ନକ୍ଷମ ପ୍ରିୟତମା ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ଅନୁପମ ଶାହା, ଉପଜିଲ୍ଲାପାଳ ପ୍ରଦିପ୍ତ ସାହୁ, ବିଡିଓ ତପନ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରିୟତମାଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟଜିତ ମହାପାତ୍ର, କାର୍ଯ୍ୟକ୍ରମ ସହାୟକ ପସନ୍ନଜିତ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ