ଟ୍ରାକ୍ଟର ଧକ୍କାରେ ନାବାଳକର ଜୀବନ ଚାଲିଗଲା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ ଏକ ଟ୍ରାକ୍ଟର୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି I ମୃତ ନାବାଳକ ଜଣକ ହେଲେ ପାଲକଷଣ୍ଢା ଗ୍ରାମର ରବି ନରାୟଣ ବିଷୋୟୀଙ୍କ ସାନ ପୁଅ ଶ୍ରୀତମ କୁମାର ବିଷୋୟୀ (15) I ଏନେଇ ମୃତ ନାବାଳକର ପିତା ରବି ନାରାୟଣ ବିଷୋୟୀ ଏକ ଏତାଲା ପ୍ରଧାନ କରିଛନ୍ତି I ରବି ନାରାୟଣଙ୍କ ଏତାଲା ପ୍ରକାରେ ଆଜି ସକାଳ 9 ଘଣ୍ଟା ସମୟରେ ରବି ନାରାୟଣ ବିଲ କାମ ସାରି ସାନପୁଅ ଶ୍ରୀତମ ସହିତ ଘରକୁ ଫେରୁଥିବା ବେଳେ ଗ୍ରାମର ମଝି ଅକଟା ନାମକ ସ୍ଥାନରେ ଏକ ଟ୍ରାକ୍ଟର ଶ୍ରୀତମଙ୍କର ସାଇକେଲ୍ କୁ ଧକ୍କା ଦେବା ଫଳରେ ଶ୍ରୀତମ ଛିଟିକି ପଡ଼ିଥିଲା I ଫଳରେ ଶ୍ରୀତମର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ଶ୍ରୀତମକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ଶ୍ରୀତମଙ୍କୁ ମୃତ ଘୋଷଣା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ