ବାହାବଳପୁର ପଂଚାୟତରେ ନବ ନିର୍ବାଚିତ ସଦର ବିଧାୟକ ମାନସ କୁମାର ଦତ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅଭୂତପୂର୍ବ ସଫଳତା ପରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମାନସ କୁମାର ଦତ୍ତଙ୍କୁ ବିଭିନ୍ନ ମହଲରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ଏହି କ୍ରମରେ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଂଚାୟତବାସୀଙ୍କ ପକ୍ଷରୁ ଶ୍ରୀ ଦତ୍ତଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ବାହାବଳପୁର ଠାରେ ଶ୍ରୀ ଦତ୍ତ ପହଂଚିବା ପରେ ବିଜେପିର କର୍ମୀ ଓ ସମର୍ଥକଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଶ୍ରୀ ଦତ୍ତଙ୍କୁ ସ୍ୱାଗତ କରିଥିଲେ । ଏକ ଖୋଲା ଗାଡିରେ ବିଧାୟକ ଶ୍ରୀ ଦତ୍ତ ପଂଚାୟତ ପରିକ୍ରମା କରିବା ସହ ଲୋକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ବାହାବଳପୁର ଠାରେ ଏକ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରକୁ ବିଧାୟକ ଶ୍ରୀ ଦତ୍ତ ଉଦଘାଟନ କରିଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପରଲୋକ ଗମନ ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ ସହିତ ସଦର ନିର୍ବାଚନମଣ୍ଡଳୀରେ ନ୍ୟାୟ ସ୍ଥାପନ ପାଇଁ ଜନସାଧାରଣ ବିପୁଳ ସମର୍ଥନ ଜଣାଇ ବିଜେପିକୁ ଶାସନ ବ୍ୟବସ୍ଥାକୁ ଫେରାଇ ଆଣିଥିବାରୁ ବିଧାୟକ ଶ୍ରୀ ଦତ୍ତ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସାଧୁବାଦ ଜଣାଇଥିଲେ । ଦୀର୍ଘ ୨୪ବର୍ଷ ଧରି ଚାଲିଥିବା କଳା ଶାସନର ଅନ୍ତ ଘଟିଛି । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ନବଗଠିତ ବିଜେପି ସରକାରଙ୍କ ଦ୍ୱାରା ସଂସ୍କୃତି ଓ ପରମ୍ପରା ସହିତ ଓଡିଆ ଅସ୍ମିତା ରକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ସମର୍ଥନ ଯୋଗୁଁ ଏହା ସମ୍ଭବପର ହୋଇଥିବା ବେଳେ ଏଥିରେ ବାହାବଳପୁରବାସୀଙ୍କ ଉଦ୍ୟମ ମଧ୍ୟ ବେଶ ପ୍ରଶଂସନୀୟ ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ବିଜେପି ପକ୍ଷରୁ ପ୍ରସ୍ତୁତ ସଂକଳ୍ପ ପତ୍ରରେ ଉଲ୍ଲେଖ ଥିବା ପ୍ରତ୍ୟେକ କାର୍ଯ୍ୟ ଯୋଜନାବଦ୍ଧ ଭାବେ ପୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ଅନନ୍ତ ନାୟକ, ମଣ୍ଡଳ ସଭାପତି ବିଜୟ ଦାସ, ବିଜୟ ନାୟକ, ସରପଞ୍ଚ ରାମ ନାରାୟଣ ଦିବେଦୀ, ଲକ୍ଷ୍ମୀଧର ମନ୍ତ୍ରୀ, ବିମଲ ସାହୁ, ରଶ୍ମିତା ମଣ୍ଡଳ, ସୁଶୀଲ ମଣ୍ଡଳ, ଶୁଭ୍ରାଂଶୁ ବାରିକ, ଗଣେଶ ମାଇତି, ଶଶିକାନ୍ତ ବାରିକ, ଗଣେଶ ପାଳ, ରଞ୍ଜିତା ବାରିକ, ଦିଲ୍ଲୀପ ପାତ୍ର, ସୁଧାଂଶୁ ବାରିକ, କାର୍ତ୍ତିକ ମଣ୍ଡଳ, କେଶବ ମଣ୍ଡଳ, କାହ୍ନୁ ବେରା, ସୁକୁମାର ପାତ୍ର, ମହେଶ୍ୱର ମାନ୍ନା, ରବୀନ୍ଦ୍ର ଜେନା, ରାଜକିଶୋର ପରିଡା, ପ୍ରମୁଖ ଦୁଇ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ