ବାଲେଶ୍ବର ବିଜେପି ପକ୍ଷରୁ କଳା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):୧୯୭୫ ମସିହା ଜୁନ୍ ୨୫ତାରିଖରେ ଜରୁୀକାଳୀନ ପରିସ୍ଥିତ ଉପୁଜି ଥିଲା ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଏପରି ପଦକ୍ଷେପ ପରିପେଖି ରେ ଆଜି ସ୍ଥାନୀୟ ମାହେଶ୍ୱରୀ ଭବନ ରେ ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ଵାନ ଓ ଅତିଥି ପରିଚୟ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମୋହାପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ଉପ ସଭାପତି ତଥା କାର୍ଯକ୍ରମ ସହ ସଂଯୋଜକ କମଳ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ, ମୂଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜିବୀ ହରେକୃଷ୍ଣ ଦାଶ ତାଙ୍କ ବକ୍ତବ୍ୟରେ ଜରୁରୀ କାଳୀନ ପରିସ୍ଥିତ ରେ କିପରି ଭାବରେ ସାରା ଭାରତ ବର୍ଷ ରେ ୧୯୭୧ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ର ବିପୁଳ ବିଜୟ ହୋଇଥିବା ବେଳେ ରାଏ ବରେଲି ଲୋକୋଷଭା ନିର୍ବାଚନ ମଣ୍ଡଳୀରେ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ସହ ଉକ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରତି ଦ୍ୱନ୍ଦିତା କରିଥିବା ରାଜ୍ ନାରାୟଣ ଏହି ନିର୍ବାଚନ ବିଜୟ ଉପରେ ମୋକଦ୍ଦମା କରିଥିବା ବେଳେ ହାଇକୋର୍ଟ ଏହାକୁ ଅସିଦ୍ଧ କରିଥଲେ, ଏହାର ପ୍ରତିବାଦରେ ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥଲେ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମ ରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ,ଜିଲ୍ଲା ଉପ ସଭାପତି କରୁଣାକର ପଣ୍ଡା, କମଳା ବିନ୍ଧାଣି, ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ସଦର ନିର୍ବାଚନ ମଣ୍ଡଳୀ ସୁଷମା ରାଣୀ ବିଶ୍ଵାଳ, ଜିଲ୍ଲା ସମ୍ପାଦିକା ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡା ସମସ୍ତ ମଣ୍ଡଳ ସଭପତି, ମୋର୍ଚ୍ଚା ସଭାପତି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ