ତଥାପି ଯାଇନି ଅନ୍ଧ ବିଶ୍ୱାସ, ଗୁଣିଆକୁ ଭରଷା କରି ସର୍ପାଘାତ ରୋଗୀଙ୍କ ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଠ କୁ ଯାଇ ବସବାସ କରିବାକୁ ଚେଷ୍ଟା କରୁଥିବା ବେଳେ ଏପଟେ ଲୋକେ ଆଜି ବି ଅନ୍ଧ ବିଶ୍ୱାସ ଭିତରେ ଗତି କରୁଛନ୍ତି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ କାମୁଡ଼ିଲା ବିଷାକ୍ତ ସାପ, ହେଲେ ଡାକ୍ତରଖାନା ନ ଆଣି ବିଷ ଝାଡ଼ିବାକୁ ଗୁଣିଆ ପାଖକୁ ଯାଇ ସର୍ପାଘାତ ରୋଗୀର ମୃତ୍ୟୁ ଘଟିଛି। ଗୁଣିଆ ପାଖରେ ୪ ଘଣ୍ଟା ଝଡାଫୁଙ୍କା କରିବା ପରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ଯୁବକଙ୍କୁ ଡାକ୍ତରଖାନା ଆଣିବା ପରେ ବିଳମ୍ବିତ ଚିକିତ୍ସା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନିପୁର ଗାଁରେ। ଗ୍ରାମର ଆଦିବାସୀ ସାହିର ମାନସ ମୁଣ୍ଡା ନାମକ ଜଣେ ଯୁବକ ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ ରାତି ୧୧ ଟା ସମୟରେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡ଼ିବାକୁ ଦୀର୍ଘ ୪ ଘଣ୍ଟା କାଳ ରଖି ଝଡାଫୁଙ୍କା କରିବା ପରେ ସର୍ପାଘାତ ରୋଗୀର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ତାଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ଭୋର ୫ ଟା ସମୟରେ ପରିବାର ଲୋକେ ମାନସଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଡାକ୍ତରଖାନା କୁ ନ ଆଣି ଗୁଣିଆ ପାଖକୁ ନେବା ତାଙ୍କର ବଡ଼ ଭୁଲ ହେଲା ବୋଲି ପଡ଼ୋଶୀ ଅଭିଜିତ ସେନାପତିଙ୍କ କହିଛନ୍ତି। ଗୁଣିଆ ପାଖରେ ଅଯଥା ସମୟ ନଷ୍ଟ ନକରି ତୁରନ୍ତ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ