କଲେଜ ପରିସରରେ ବର ଓ ଅଶ୍ୱତ୍ଥ ବୃକ୍ଷ ବିବାହ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ କଲେଜ ପରିସର ରେ ବର ଓ ଅଶ୍ୱତ୍ଥ ବୃକ୍ଷ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କଲେଜ ର ଅଧ୍ୟାପକ ରତିକାନ୍ତ ଦାସ ଓ କୃଷ୍ଣ ଚନ୍ଦ୍ର ବେହେରା ଛାତ୍ର ଛାତ୍ରୀ ମାନେ କିପରି ଖରାଦିନେ ଟିକେ ଛାଇ ରେ ବସି ଥକ୍କା ମେଣ୍ଟାଇ ପାରିବେ ସେ ଉଦ୍ଦେଶ୍ୟ ରେ କଲେଜ ପରିସର ମଧ୍ୟରେ ଏକ ବର ବୃକ୍ଷ ର ଚାରା ଓ ଏକ ଅଶ୍ୱତ୍ଥ ବୃକ୍ଷ ର ଚାରା ଗତ ୨୦୦୩ ମସିହାରେ ଲଗାଇଥିଲେ। ଇତି ମଧ୍ୟରେ ୨୧ ବର୍ଷ ବିତିଯାଇଛି। ବୃକ୍ଷ ଚାରା ଦ୍ବୟ ଏବେ ବେଶ ସୁସ୍ଥ ସବଳ ବୃକ୍ଷ ରେ ପରିଣତ ହୋଇ ଯାଇଛି। ଏକତ୍ର ବର ଓ ଅଶ୍ଵତ୍ଥ ବୃକ୍ଷ ରହିଲେ ସେମାନଙ୍କ ମଧ୍ୟରେ ବିବାହ କରାଇବା ଆମ ହିନ୍ଦୁ ସଂସ୍କୃତି ରେ ରହିଛି ନ ହେଲେ ବୃକ୍ଷ ଚାରା ଲଗାଇଥିବା ବ୍ୟକ୍ତି ଙ୍କର ଅମଙ୍ଗଳ ହୋଇଥାଏ । ବର ଓ ଅଶ୍ଵତ୍ଥ ବୃକ୍ଷ ମଧ୍ୟରେ ବିବାହ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଅଧ୍ୟାପକ ଶ୍ରୀ ଦାସ କଲେଜ ପରିସର ରେ ଲଗାଇଥିବା ବର ଓ ଅଶ୍ୱତ୍ଥ ବୃକ୍ଷ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ କରାଇଛନ୍ତି। ଏହି ବିବାହ ଉତ୍ସବ ରେ ବର ପିତା ଭାବେ ରତିକାନ୍ତ ଦାସ, କନ୍ୟା ପିତା ଭାବେ କୃଷ୍ଣ ଚନ୍ଦ୍ର ବେହେରା କାର୍ଯ୍ୟ କରିଥିବା ବେଳେ ପୁରୋହିତ ଭାବେ ତପନ କୁମାର ମିଶ୍ର ଓ ନୃସିଂହ ଚରଣ ମହାପାତ୍ର ବିବାହ କାର୍ଯ୍ୟ କରିଥିଲେ।ଅଧ୍ୟାପିକା ନର୍ମଦା ଖଟୋଇ ଶାଳୀ ଭାବେ ହାତ ଗଣ୍ଠି ଫିଟାଇଥିଲେ। ଏହି ବିବାହ ଉତ୍ସବ ରେ କଲେଜ ଅଧ୍ୟକ୍ଷ ଭୋଳାନାଥ ପାତ୍ର , ଶୁକଦେବ ନାୟକ, ଜୟରାମ ସ୍ଵାଇଁ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିବାହ ଉତ୍ସବ ପାଇଁ କଲେଜ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ