ମେକ୍ସ ପିକପ ବାଇକ ମୁହାମୁହିଁ ଧକାରେ ଜଣେ ମୃତ ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ତଥା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୁଆଗଡ ବ୍ଲକର ତାରମାଙ୍ଗଡା ନିକଟ କାଜୁ ଜଙ୍ଗଲ ବୁଲାଣି ରାସ୍ତାରେ ମେକ୍ସ ପିକପ ବାଇକ ମୁହାମୁହିଁ ଧକାରେ ଜଣେ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ ଖଜୁରୀପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଜୁରୀପଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବାଇକ ଚାଳକକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତକ ଜଣକ ଗୁଣୁପୁର ଶାନ୍ତି ନଗରର ୨୪ ବର୍ଷୀୟ ଯୁବକ ଯିପ୍ତହ କାଡ୍ରାକା ବୋଲି ଜଣାପଡ଼ିଛି। କୈାଣସି ଏକ ଘରୋଇ କାମରେ ଓଡି୧୮ଏମ୯୪୬୨ ନମ୍ବର ବିଶିଷ୍ଟ ବାଇକରେ ଗୁଣୁପୁର ଠାରୁ ନିଜ ମାଁଙ୍କୁ ନେଇ ବଡ଼ପଦା ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି୦୨ବିୟୁ୧୨୧୦ ନମ୍ବର ଏକ ମ୍ୟାକ୍ସ ପିକ‌‌‌ ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶୀକାର ହୋଇଥିଲେ। ଖଜୁରୀପଦା ମେଡିକାଲ ପରିସରରେ ମୃତକଙ୍କ ଆତ୍ମୀୟ ପକ୍ଷରୁ ମୃତ ପରିବାରଙ୍କୁ ସହାୟତା ଦାବି ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସେରଙ୍ଗ ଥାନା ଅଧିକାରୀ ନଳେଣୀ କୁମାରୀ କହଁର ଏବଂ ଖଜୁରୀପଦା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗ ସମେତ ପୋଲିସ ଲୋକଙ୍କୁ ଘଣ୍ଟା ଘଣ୍ଟା ବୁଝାସୁଝା କରିଥିଲେ। ଉତ୍ୟକ୍ତ ଲୋକେ ଶାନ୍ତ ହେବାପରେ ରାତ୍ର ୮.୩୦ ମିନିଟ ସମୟରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଇ ଥିଲେ। ଘଟଣା ଉପରେ ତଦନ୍ତ କରୁଥିବେ ପୋଲିସ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ