ସ୍ନାତକ ମହାବିଦ୍ୟାଳୟ ରେ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ସୋରଡା ନବ ନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୋରଡା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ତରଫରୁ ଅଧକ୍ଷ ରମେଶ ଚନ୍ଦ୍ର ପାଢୀ ସମେତ ଆନାନ୍ୟ କର୍ମଚାରୀ ମାନେ ବିଧାୟକ ଙ୍କୁ ନିଜ ବାସଭବନ ଯାଇ ଶୁଭେଛା ଜଣାଇବା ସହ ମହାବିଦ୍ୟାଳୟ ପରିଦର୍ଶନ ରେ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏହା ପରେ ଆଜି ସୋରଡା ସ୍ନାତକ ମହାବିଦ୍ୟାଳୟ ରେ ଏକ ସ୍ଵତନ୍ତ୍ର କାର୍ଜ୍ୟକ୍ରମ ଆୟୋଜନ କରଯାଇଥିଲା। ମହାବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ପାଢୀ ଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ ସୋରଡା ର ନବ ନିର୍ବାଚିତ ବିଧାୟକ ନୀଳମଣି ବିଶୋୟୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସର ରେ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଦେବା ସହ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ। ତେବେ ସମସ୍ତ ସମସ୍ୟା ବିଷୟରେ ଅବଗତ ହେବା ପରେ ସୋରଡା ରେ ଉଚ୍ଚ ଶିକ୍ଷା ର ଉନ୍ନତି ଏବଂ ଛାତ୍ରଛାତ୍ରୀ ଙ୍କ ପାଇଁ ଆବଶ୍ୟକ ମୌଳିକ ସମସ୍ୟା ର ସମାଧାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ନୀଳମଣି ବିଷୋୟୀ ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ