ଭାଲୁ ଆକ୍ରମଣରେ ଯୁବକ ଗୁରତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତର ଡକର ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରତର । ଗୁରୁତର ଜଣକ ହେଉଛନ୍ତି ଅଖିଳ ପ୍ରଧାନୀ (୩୫)। ଅଖିଳ ଗୁରୁବାର ସକାଳୁ ସେହି ଗାଁର ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିବା ସମୟରେ ଏକ ଭାଲୁ ଅଖିଳଙ୍କୁ ଆକ୍ରମଣ କରିଥିଲା । ସେ ଜୀବନ ବିକଳରେ ଗାଁକୁ ଦୌଡ଼ି ପଳାଇ ଆସିଥିଲେ । ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି କିଛି ଲୋକ ଗାଁ ଲୋକଙ୍କୁ ଡାକି କ.ନୂଆଗାଁ ରେ ପ୍ରାଥମିକ ଚିକିତ୍ସା କରିବା ପରେ ସଙ୍ଗେ ସଙ୍ଗେ ଫୁଲବାଣୀ ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ