ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଟିଲୋ ଗଡଚଣ୍ଡି ଉପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପ ରାଣୀ ରାଉତଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ହାଟଡିହୀ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକ, ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅମୂଲ୍ୟ କୁମାର ମିଶ୍ର, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଶଶୀ ଶେଖର କରଶର୍ମା, ଅଲେଖ ଚନ୍ଦ୍ର ନାୟକ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବିଦ୍ୟାଳୟ ପରିଚାଳନା କମିିଟି ସଭାପତି ସନ୍ତୋଷ କୁମାର ରାଉତ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଶୋକ ଦାସ ଯୋଗ ଦେଇ ଶିକ୍ଷାଦାନ ପରି ମହତ ସେବା ମଣିଷକୁ ଶୀର୍ଷ ସ୍ଥାନକୁ ନେଇଥାଏ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ଶିକ୍ଷକ ସଂଘ ପକ୍ଷରୁ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ଆଲମିନି କମିଟି ସଭାପତିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୁକାନ୍ତ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅରୁଣ କୁମାର ଜେନା, ଡମ୍ବରୁଧର ପଢିଆରୀ, ମନୋରମା ମହାନ୍ତି, ଦେବପ୍ରୀୟା ଜେନା, କମିଟିର ନିରଞ୍ଜନ ସାମଲ, ରମାକାନ୍ତ ପାଣିଗ୍ରାହୀ, ଦୀପକ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ