ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ନିର୍ଣ୍ଣୟ ନେବାକୁ ଦେବନାହିଁ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ଖାଦ୍ୟପାନିୟ ପ୍ରତି ବିଶେଷ ଧ୍ୟାନ ରଖିବେ। କୌଣସି ଟଙ୍କା ପଇସା, ଦ୍ରବ୍ୟ କିମ୍ବା ସଂର୍ପକ କ୍ଷତି ଘଟିବ ।

ବୃଷ :-ଆଜି ଆପଣ ବ୍ୟସ୍ତ ରହିବେ, ଅଧିକ ଦୌଡ଼ଦୌଡ଼ି କରିବାରେ ସାବଧାନ ରୁହନ୍ତୁ । ରହିଯାଇଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ । କୌଣସି କାମରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ହୃଦୟ ଖୋଲିକରି, ଆଗକୁ ଚାଲନ୍ତୁ ଭରପୂର ଲାଭ ମିଳିବ । ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ । ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ ।

ମିଥୁନ :-ଆଜି ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ। ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ। କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ। ସନ୍ତାନମାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିବ। ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ।

କର୍କଟ :-ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ। ଆପଣଙ୍କ ପରିଶ୍ରମର ଫଳ ଭଲ ମିଳିବ। ଆପଣ ନିଜର ମାନମର୍ଯ୍ୟାଦା ଏବଂ ଆମୋଦ ପ୍ରମୋଦ ପାଇଁ ଧନ ଖର୍ଚ୍ଚ କରିବେ। ଯେଉଁଥିରେ ଆପଣଙ୍କ ପାଖରେ ଥିବା ଶତ୍ରୁର ବ୍ୟଥା ବଢ଼ାଇବ। ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗର ସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଭଲ ନୁହେଁ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଆଜି ବାଦ-ବିବାଦ ହେବାରେ ମନମାଳିନ୍ୟ ହୋଇପାରେ।

ସିଂହ :-ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଆଜି ପତି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହେବ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ । ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ଅଚାନକ ଧନ ଲାଭ ହେବ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ ।

କନ୍ୟା :-ଆଜି ଆପଣଙ୍କମଧ୍ୟରେ ନିର୍ଭୀକତା ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ଆପଣଙ୍କୁ ନିଜର ମାତା-ପିତାଙ୍କର ସୁଖ ସହଯୋଗ ଯଥେଷ୍ଠ ରୂପରେ ପ୍ରାପ୍ତ ହେବ। ବ୍ୟର୍ଥ ବ୍ୟୟର ଯୋଗ ମଧ୍ୟ ଅଛି। ବ୍ୟାପାରରେ ଧନ ଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ। ସାର୍ବଜନିକ ମାନ-ସମ୍ମାନ ପ୍ରାପ୍ତି ହେବ। ଚିତ୍ତରେ ପ୍ରସନ୍ନତା ରହିବ।

ତୁଳା :-ଆଜିର ଦିନରେ ମିଶ୍ରିତ ଫଳ ମିଳିବ। କୌଣସି ପକ୍ଷରୁ ଆଜି ଅସନ୍ତୋଷର ସଂକେତ ମିଳିବ। ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ। ଯଦି ନେତ୍ର ସମ୍ବନ୍ଧିତ କୌଣସି କଷ୍ଟ ଅଛି ତେବେ ସେଥିରେ ସୁଧାର ହେବା ନିଶ୍ଚତ ଅଟେ। ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିପାରେ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ ଅଥବା ତାଙ୍କର ସ୍ଵାସ୍ଥ୍ୟ ଧ୍ୟାନ ରଖିବେ।

ବିଚ୍ଛା :-ଆଜି ଆପଣଙ୍କ ମନ ଅଶାନ୍ତ ଏବଂ ଚିନ୍ତିତ ରହିବ। ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି। ତନ-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ। ଆର୍ଥିକ ଲାଭ ହେବ ଏବଂ ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ।

ଧନୁ :-ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ। ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଂନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ ତଥା ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ।

ମକର :-ଆଜି ଆପଣଙ୍କୁ ମୂଲ୍ୟଯୁକ୍ତ ବସ୍ତୁ ପ୍ରାପ୍ତି ଯୋଗ ରହିବ। ବ୍ୟବସାୟରେ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ନୂଆ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ଅବଶ୍ୟ କରନ୍ତୁ, ଭବିଷ୍ୟତରେ ଲାଭ ହେବ। ସାମାଜିକ କ୍ଷେତ୍ରରେ ଚାକିରି ଏବଂ ଅନ୍ୟ କ୍ଷେତ୍ରରେ ଲାଭଦାୟକ ରହିବ। ମିତ୍ରମାନଙ୍କ, ପରିଜନମାନଙ୍କର ସହିତ ବାହରକୁ ଯିବେ। ମାଂଗଳିକ ପ୍ରସଂଙ୍ଗ ଉପସ୍ଥିତ ହେବ। ବୈବାହିକ ସମସ୍ୟା ଦୂର ହେବ।

କୁମ୍ଭ :-ଆଜି ସୀମିତ ଏବଂ ଆବଶ୍ୟକତାନୁସାରେ ହିଁ ବ୍ୟୟ କରନ୍ତୁ। ସାଂସାରିକ ସୁଖ ଭୋଗ, ଚାକରମାନଙ୍କର ସୁଖ ସମ୍ପୂର୍ଣ୍ଣ ରୂପରେ ମିଳିବ। ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ। ଚାକିରି ଏବଂ ବ୍ୟବସାୟରେ ସ୍ଥିତି ଆପଣଙ୍କର ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ବୃଦ୍ଧ ତଥା ବରିଷ୍ଠ ନାଗରୀକମାନଙ୍କ ଏବଂ ଉଚ୍ଚ ପଦାଧିକାରିମାନଙ୍କର କୃପା ଦୃଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପରେ କୌଣସି ପ୍ରକାରର ବୋଝ ମୁକ୍ତ ହେବେ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପ୍ରମୋଶନର ଯୋଗ ଅଛି।

ମୀନ :-ଆଜି ଶୁଭଗ୍ରହ ସ୍ଥିତି କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ। ଖୁସିମିଜାଜ ବ୍ୟକ୍ତିତ୍ଵ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ । ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ । ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ