ପାରଳା ପୌରପାଳିକାର ଆବଣ୍ଟିତ ଦୋକାନ ଗୃହରେ ବେଆଇନ ନିର୍ମାଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌରପାଳିକା ଦ୍ୱାରା ଆବଣ୍ଟିତ ଦୋକାନ ଗୃହକୁ ଭାଙ୍ଗି ବେଆଇନ ନିର୍ମାଣ କାମ ଚାଲୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବିଜେପି କାଉନସିଲର ତଥା ବୁଦ୍ଧିଜୀବୀ । ଖବର ପାଇ ପାରଳାଖେମୁଣ୍ଡି ପୌର ପରିଷଦର ଯନ୍ତ୍ରୀ ଡି. ଯୁଧୂଷ୍ଠୀର ପହଞ୍ଚି ଏଭଳି କାମକୁ ଦେଖ୍ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କାମ ବନ୍ଦ ରହିଥ‌ିବା ବେଳେ ଏଭଳି ମନମାନି କରିବା ପଛରେ ଏକ ବଡ ଧରଣର ଷଡଯନ୍ତ୍ର ରହିଥ‌ିବା କାଉନସିଲର ଅଭିଯୋଗେ କରିବା ସହ ତୁରନ୍ତ ଘଟଣାର ତଦନ୍ତ କରିବାକୁ କୁ ଦାବି କରିଛନ୍ତି । ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ବସଷ୍ଟାଣ୍ଡ ପରିସରରେ ପୌର ପରିଷଦ ପକ୍ଷରୁ କିଛି ଦୋକାନ ଗୃହ ନିର୍ମାଣ କରାଯାଇଥିବା ବେଳେ ସେଗୁଡିକୁ ଟେଣ୍ଡର ମାଧ୍ଯମରେ ବଣ୍ଟନ କାଯାଇଥିଲା । ଟେଣ୍ଡର ସମୟରେ ଗୋଟିଏ ପରିବାରର କେବଳ ଜଣକୁ ଗୋଟିଏ ଦୋକାନ ଘର ଯୋଗାଣ ନିୟମ ରହିଛି । କିନ୍ତୁ ୮ଜଣ ବ୍ୟକ୍ତିଙ୍କୁ ୧୬ଟି ଦୋକାନ ଗୃହ ଆବଣ୍ଟନ କରାଯାଇଛି । ଟେଣ୍ଡର ନିୟମାବଳୀରେ ୨୦ଟି ନିୟମାବଳୀ ରଖାଯାଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ବେଳେ ଏବେ ଦୋକାନ ଗୃହକୁ ମନଇଚ୍ଛା ନିର୍ମାଣରେ ପରିବର୍ତ୍ତନ କରାଯାଉଛି । ଯାହା ସଂପୂର୍ଣ ବେଆଇନ ବୋଲି କାଉନସିଲର ବାଳକୃଷ୍ଣ ପାତ୍ର କହିଛନ୍ତି । ପୌର ପାଳିକାର ନିୟମକୁ ଉଲ୍ଲଙ୍ଘନ କରାଯାଇ ଦୋକାନ ଗୃହ ଆବଣ୍ଟନ କରାଯାଇଛି. ଏନେଇ ସେ ଜିଲାପାଳଙ୍କୁ ଅବଗତ କରାଇବେ ଏବଂ ତଦନ୍ତ ପାଇଁ ଦାବି କରିବେ ବୋଲି ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ