ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ, ମଦଜବତ ଓ ଦୁଇ ଗିରଫ

ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ବେଲଗୁଣ୍ଠ। ବ୍ଲକ ଅନ୍ତର୍ଗତ ଉଡ୍ର। ଗ୍ରାମରେ ବେଆଇନ ମଦ ରନ୍ଧା ସହ ବିକ୍ରି ହେଉଥିବା ଖବର ପାଇଁ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ ସେଠାରୁ ୭୦ଲିଟର ବେଆଇନ ମଦ ଓ ୨୪୦୦ଲିଟର ମଦ ପୋଚ ଜବତ କରିବା ସହ ନଷ୍ଟ କରିଛି । ଏ ଅଞ୍ଚଳରେ କିଛିଦିନ ହେଲା ଏହିପରି ଭାବେ ଦେଶୀ ମଦ ବହୁ ପରିମାଣରେ ବିକ୍ରି ହେଉଥିବା ନଜରକୁ ଆସି ଥିଲା ସୂଚନା ଅନୁସାରେ ଦୁଇ ଜଣ ଅଭିଯୁକ୍ତ ରୋହନ କୁମାର ନାୟକ ଓ ରାଜେନ୍ଦ୍ର ବେହେରାକୁ ଅବକାରୀ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଚଢ଼ାଉରେ ଏସଆଇ ମୋଜି ଶବର, ଅଲିଭା ମାଝୀ, ଏଏସଆଇ ଭୁବନି ବେହେରା,ସନାତନ ନାୟକ,ମନୋରଞ୍ଜନ ସେଠି ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ