ମରେଇଗାଁ ଛକରେ ଟଙ୍କା କାରବାରକୁ ନେଇ ଦୋକାନୀଙ୍କୁ ଆକ୍ରମଣ, ଦୋକାନ ଓ ବାଇକ ପୋଡି

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପଛପଟେ ଥିବା ମରେଇଗାଁ ଛକରେ ଟଙ୍କା କାରବାରକୁ ନେଇ ଜଣେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଉତ୍ତେକ୍ତ ଲୋକମାନେ ଆକ୍ରମଣକାରୀଙ୍କ ଗୋଟିଏ କୁକୁଡ଼ା ଦୋକାନ ଓ ବାଇକ କୁ ଜାଳି ଦେଇଛନ୍ତି। ଖବରରୁ ଜଣାଯାଇଛି କି ମରେଇଗାଁ ଗ୍ରାମର ଅମର ସେଠି ମରେଇଗାଁ ଛକରେ ଜନସେବା କେନ୍ଦ୍ର ଖୋଲିଛନ୍ତି। ଗତ କିଛିଦିନ ତଳେ ଚଣ୍ଡୀବିରଞ୍ଚିପୂର୍ ଗ୍ରାମର ପ୍ରତାପ ଯେନା ଅମର ଖୋଲିଥିବା ଜନସେବା କେନ୍ଦ୍ରରୁ ତାର ଇପିଫ ଟଙ୍କା ପାଇଁ ଅନଲାଇନରେ ଆବେଦନ କରି ଉଠାଇଥିଲେ। ପରବର୍ତ୍ତୀ ସମୟରେ ଆଉଥରେ ମଧ୍ଯ ଟଙ୍କା ଉଠାଇବା ପାଇଁ ଆବେଦନ କରିଥିଲେ। ମାତ୍ର ଟଙ୍କା ନଆସିବାରୁ ସେ ଅମରକୁ ଦୋଷ ଦେଇ ଟଙ୍କା ଉଠାଇନେଇଛୁ ବୋଲି କହି ଆସୁଥିଲା। ଆଜି ସକାଳେ ଏହାକୁ ନେଇ ପ୍ରତାପ ଓ ଅମର ମଧ୍ୟରେ ଝଗଡ଼ା ହୋଇଥଲା ଓ ତାକୁ କିଛି ଭଦ୍ରବ୍ୟକ୍ତି ବୁଝା ସୁଝା କରିଥଲେ। ପରେ ଅପରାହ୍ନ ଦୁଇଟା ବେଳେ ପ୍ରତାପ ଜେନା କିଛି ସମ୍ପର୍କୀୟଙ୍କୁ ଧରି ଅମର ଉପରେ ବିଭିନ୍ନ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅମରଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଉତ୍ତେକ୍ତ ହୋଇ ଆକ୍ରମଣକାରିଙ୍କ ଗୋଟିଏ କୁକୁଡ଼ା ଦୋକାନ ଓ ଗୋଟିଏ ବାଇକକୁ ନିଆଁ ଲଗାଇ ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁ ଲିଭାଇ ଥିବାବେଳେ ନନ୍ଦିପଡା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ହୋଇ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ