ବେଆଇନ ମୋରମ ଉତ୍ତୋଳନ ବେଳେ ମାଡ଼ିବସିଲା ପୁଲିସ, ୫ଟ୍ରାକ୍ଟର ଓ ଜେସିବି ମେସିନ ଜବଦ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ କେନ୍ଦୁଝର ଓ ବାଲେଶ୍ଵର ସୀମାନ୍ତ ପତଡା ଅଞ୍ଚଳରେ ଗତକାଲି ରାତିରେ ବେଆଇନ ମୋରମ ଉତ୍ତୋଳନ ବେଳେ ମାଡ଼ିବସିଲା ସୋସୋ ପୁଲିସ। ୩ଟି ମୋରମ ବୋଝେଇ ଓ ଦୁଇଟି ଖାଲି ଟ୍ରାକ୍ଟର ସହିତ ମୋରମ ଲୋଡ଼ିଂ କରୁଥିବା ଜେସିବି ମେସିନ ଜବଦ କରିଛି ପୁଲିସ। ଗତକାଲି ରାତିରେ ସୋସୋ ପୋଲିସ ବେଆଇନ ମୋରମ ଉତ୍ତୋଳନ ସମ୍ପର୍କରେ ଖବର ପାଇବା ପରେ ଥାନା ଆଇ.ଆଇ.ସି ବିଜୟ କୁମାର ବିହାରୀଙ୍କ ନେତୃତ୍ୱରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା ଏହି ମୋରମ ଖଣିରେ। ଫଳରେ ଟ୍ରାକ୍ଟର କି ଜେସିବି ମେସିନକୁ ହଟାଇ ପାରି ନଥିଲେ ମୋରମ ମାଫିଆ। ପୂର୍ବରୁ ଅନେକଥର ଚଢ଼ାଉ କରାଯାଇଥିଲା ବେଳେ ମାଫିଆ ମାନେ ପୂର୍ବରୁ ସୁଚନା ପାଇ ମେସିନ ଓ ଗାଡ଼ି ସବୁକୁ ହଟାଇ ଦେଉଥିଲେ। ଫଳରେ ପୁଲିସ୍ ନିରାଶରେ ଫେରୁଥିଲା। କିନ୍ତୁ ଏଥର ପୁଲିସକୁ ସଫଳତା ମିଳିବା ପରେ ପୁଲିସ ୫ଟି ଯାକ ଟ୍ରାକ୍ଟର ଓ ମେସିନକୁ ଜବତ କରି ଥାନା ପରିସରକୁ ଆଣିଛନ୍ତି। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କୁ ପୁଲିସ ଅଟକ ରଖିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଥିବା ଆଇ.ଆଇ.ସି ବିଜୟ କୁମାର ବିହାରୀ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ