ଦାଦନ ଖଟିବାକୁ ଯାଉଥିବା ବିଷ୍ଣୁପୁର ଗ୍ରାମର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ହାଟଡିହହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡିହି ବ୍ଲକ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି। । ସୁଚନା ଅନୁଯାଇ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ସନାତନ ମହାକୁଡ଼ଙ୍କ ପୁଅ ରାଜେଶ (୨୯ବର୍ଷ ) ଗତ ୫ବର୍ଷ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ସେଠାରେ ଏକ ଘର ଭଡା ନେଇ ରହୁଥିଲେ । କିନ୍ତୁ ବୁଧବାର ରାତିରେ ରାଜେଶ ମୃତ୍ୟୁ ବରଣ କରିଥିବା ନେଇ ସେଠାକାର ବାମନାଲି ଥାନା ପୋଲିସ ଫୋନ କରି ଜଣାଇଥିଲେ। ତେବେ ଏକ ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା କୁହାଯାଇଛି। ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କକରି ପାରୁ ନାହାନ୍ତି ପରିବାର ଲୋକେ। ସୂଚନା ଯୋଗ୍ୟ ଯେ କିଛି ମାସ ପୂର୍ବରୁ ରାଜେଶ ଗାଁକୁ ବୁଲିବାକୁ ଆସିଥିଲେ l ତାଙ୍କ ବାପା ସନାତନ କଟକରେ ଏକ ତେଜରାତି ଦୋକାନରେ କାମ କରନ୍ତି । ପୁଅର ଅକାଳ ବିୟୋଗରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଆଜି ରାଜେଶ ଙ୍କ ପରିବାର ଲୋକେ ବାଙ୍ଗାଲୋର ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ