ସାପ କାମୁଡାରେ ଯୁବକ ମୃତ,ବେସାହାରା ହେଲେ ପରିବାର

ହାଟଡିହି, (ବିକାଶ ବିଶ୍ୱାଳ):କେଉଁଝର ଜିଲ୍ଲା ହାଟଡିହି ବ୍ଲକ ହାବେଳଶ୍ବର ପଞ୍ଚାୟତର ଜାବିନିପୁର ଗ୍ରାମର ମାନସମୁଣ୍ଡା( ୩୦) ସୋମବାର ରାତ୍ର ସମୟରେ ଘରେ ଶୋଇଥିବା ସମୟରେ ବିଷଧର ସାପ ଦଶଂନ କରିଥିଲା। ପ୍ରଥମେ ତାକୁ ଗୁଣିଆ ପାଖକୁ ନେଇଥିବା ବେଳେ ପରେ ତାକୁ ଶାଳଣିଆଁ ଡ଼ାକ୍ତରଖାନା ଓ ସେଠାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମାନସ ମୁଣ୍ଡାଙ୍କ ପରିବାର କହିଲେ ସ୍ତ୍ରୀ ମିନତି ମୁଣ୍ଡା, ଝିଅ ପାନିମୁଣ୍ଡା( ୧୦) ବନିମୁଣ୍ଡା (୮) ପୁଅ ରାମ ମୁଣ୍ଡା। ପରିବାରର ଏକ ମାତ୍ର ମାନସଙ୍କ ରୋଜକାର କହିଲେ ମୂଲ ମଜୁରୀ ଲାଗି ପରିବାର ଭରଣ ପୋଷଣ କରୁଥିଲେ। ମାନସଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡ଼ିଛି ପରିବାରଟି। ଘରେ ଖାଇବାକୁ ଦାନା ମୁଠାଏ ନଥିବା ବେଳେ ଭୋକ ଉପାସରେ ଦିନ କାଟୁଛନ୍ତି ପରିବାର ସଦସ୍ୟ । ତିନୋଟି ପିଲାଙ୍କ ପାଠପଢା ଓ ମାନସଙ୍କ ଶୁଦ୍ଧିକ୍ରିୟା କେମିତି କରିବେ ବୋଲି ଚିନ୍ତାରେ ପଡିଛନ୍ତି ବିଧବା ପତ୍ନୀ ମିନତୀ। ଆବାସ ଯୋଜନାରେ ଘରଟିଏ ବ୍ୟତିତ ଜମିବାଡି ନଥିବା ବେଳେ ଏହି ଅସହାୟ ଆଦିବାସୀ ପରିବାରଟିକୁ ଯଦି କୌଣସି ସଙ୍ଗଠନ କିମ୍ବା ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତେ ତେବେ ପରିବାର ଲୋକେ ଦୁଃଖ କଷ୍ଟରୁ ମୁକ୍ତି ପାଇ ପରନ୍ତେ ବୋଲି ପଡୋଶୀ ମାନେ କହିଛନ୍ତି। ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ