ବିଦ୍ୟାଧରପୁର- କାନପୁର ରାସ୍ତା କାମର ସ୍ଥାୟୀତ୍ୱ କୁ ନେଇ ସନ୍ଦେହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଦ୍ୟାଧରପୁର- କାନପୁର ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହଉଥିବା ବେଳେ ଠିକାଦାର ଙ୍କ ମର୍ଜିରେ ରାସ୍ତାକମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ। ଏହି ରାସ୍ତାଟି କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହା ଉପରେ କେନ୍ଦୁଝର ଜିଲ୍ଲାର ବାଲିବରେଇ, ସୋସୋ, ପଢ଼ିଆରିପଲ୍ଲୀ, ବାଙ୍ଗୋର, ଢେଙ୍କା ଅଞ୍ଚଳର ଲୋକମାନେ ନିର୍ଭର କରିବା ସହିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ରାସ୍ତାର ଅବସ୍ଥା ବହୁ ପରିମାଣର ଭଲ ଥିଲେବି ଚଳିତ ବର୍ଷ ଏହି ରାସ୍ତା ନିର୍ମାଣ ପାଇଁ ୧୬କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ଭଲରାସ୍ତାକୁ ଖୋଲାଯାଇ ପୁନର୍ବାର ନିର୍ମାଣ କରାଯାଉଛି। ବିଦ୍ୟାଧରପୁର ବଜାର ଠାରୁ ମରଚାଇପଦା ଗାଁ ମୁଣ୍ଡ ପର୍ଯ୍ୟନ୍ତ ଏହି କାମ ହେବାକୁ ଥିବାବେଳେ ଆରମ୍ଭ ହୋଇଥିବା କାର୍ଯ୍ୟ ନିମ୍ନ ମାନର ହେଉଛି। ପ୍ରଥମରୁ ଆରମ୍ଭ ହୋଇଥିବା ପିଚୁ ସବୁ ଉଠିଯାଉ ଥିବା ବେଳେ ଆଜି ପ୍ରବଳ ବର୍ଷା ରେ ପିଚୁକାମ କରାଯାଇଛି। ବିଶେଷ କରି ବର୍ଷା ଦିନରେ ପିଚୁ କାମ ନ କରାଯିବାକୁ ସ୍ପଷ୍ଟ ନିର୍ଦେଶ ଥିଲେବି ଏଠାରେ ତାହା କାର୍ଯ୍ୟକାରୀ ହେଉନି। ଆଜି ରାସ୍ତା ଉପରେ ପାଣି ଠିଆ ହୋଇଥିବା ବେଳେ ତା ଉପରେ ପିଚୁ ପକା ଯାଉଥିଲା। ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିଥିଲେ ବି ଠିକାଦାର ଶୁଣି ନଥିଲେ। କାମ ନିକଟରେ ବିଭାଗୀୟ କୌଣସି ଯନ୍ତ୍ରୀ ଉପସ୍ଥିତ ନଥିବାରୁ ସ୍ଥାନୀୟ ଲୋକମାନେ ସହକାରୀ ଯନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ଜଣାଇଛନ୍ତି। କୋଟି କୋଟି ଟଙ୍କାର କାମ ହେଉଥିବା ବେଳେ ଯଦି ଯନ୍ତ୍ରୀ ମାନେ ତଦାରଖ ନ କରିବେ ତେବେ କିଏ କାର୍ଯ୍ୟ ତଦାରଖ କରିବ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ପାଣି ଉପରେ ଯେଉଁ ପିଚୁ କାମ ହେଲା ତାହାର ସ୍ଥାୟୀତ୍ୱ କେତେଦିନ ବୋଲି ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ପ୍ରଣବ ମହାନ୍ତିଙ୍କ ସମେତ ଅନେକ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଅଧିକ୍ଷଣ ଯନ୍ତ୍ରୀ ହୃଷିକେଶ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବର୍ଷାପାଗ ରେ କିମ୍ବା ରାସ୍ତା ଓଦା ଥିଲେ ପିଚୁ ପକାଯିବା କଥା ନୁଁହ। କାହିଁକି ସେ ଏପରି କଲେ ସେନେଇ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ