ସମାଜସେବୀ ଖଗେଶ୍ୱର ବିଶ୍ୱାଳଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଖଗେଶ୍ୱର ବିଶ୍ୱାଳ(୬୮)ଙ୍କର ଶୁକ୍ରବାର ସକାଳେ ପରଲୋକ ଘଟିଛି । ସେ ମଧୁମେହ ରୋଗରେ ପିଡିତ ହୋଇ ଗତ ୧୫ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ପୁଅ ସମୀର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ପୁଅ, ଝିଅଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ରାଉରକେଲାସ୍ଥିତ ଖଣି ନିର୍ଦ୍ଦେଶାଳୟରେ ଦୀର୍ଘ ବର୍ଷ ହେବ ଚାକିରୀ କରି ଅବସର ନେଇଥିଲେ । ପରେ ସେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନାମକ ଏକ ସାମାଜିକ ସଙ୍ଗଠନ ଦ୍ୱାରା ଗରିବ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଥିଲେ । ସେ ଜଣେ ସରଳ, ପରୋପକାରୀ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ