ବାଇକ ଚୋରି ଘଟଣା, ଅଭିଯୁକ୍ତ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ, ମୋହନା ରୁ ବାଇକ ଚୋରି ଘଟଣାରେ ଅଭିଯୁକ୍ତ କୁ ଗିରଫ କରିଛି ମୋହନା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରି ଥାନା ପାରିବେଟା ଗାଁର ଲିଙ୍ଗରାଜ ବଡ଼ରଇତ(୧୯) l ପୋଲିସ ପକ୍ଷରୁ ମିଳିଥିଲା ସୂଚନା ପ୍ରକାରେ ଗତ ୨୧ଓ ୨୨ ତାରିଖ ଦିନ ଚାନ୍ଦିପୁଟ ଓ ମୋହନାରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ମୋହନା ଥାନା ରେ ଅଭିଯୋଗ ହେlଇଥିଲା l ଅଭିଯୋଗ ପ୍ରକାରେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ତିନୋଟି ଟିମ ଗଠନ କରି ତଦନ୍ତ ଚଳାଇଥିଲେ l ଚୋରି ହୋଇଥିବା ଘଟଣା ସ୍ଥଳର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତ କୁ ଚିହ୍ନଟ କରିଥିଲା ପୋଲିସ l ଏସଆଇ ପ୍ରତାପ ବେହେରାଙ୍କ ନେତୃତ୍ୱରେ ତଦନ୍ତ କରାଯାଇ ଅଭିଯୁକ୍ତ ଲିଙ୍ଗରାଜ ବଡ଼ରଇତକୁ ଶୁକ୍ରବାରରେ ଗିରଫ କରାଯାଇଥିବା ବେଳେ ତା ଠାରୁ ଚୋରି ହୋଇଥିବା ୨ ଟି ବାଇକ ଜବତ ହୋଇଥିବା ଥାନା ଅଧିକାରୀ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ