ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରା ପୂର୍ବରୁ ରାଜଦାଣ୍ଡ ଖାଲଖମା ରାସ୍ତାକୁ ନିର୍ମାଣ ପାଇଁ ବିଜେଡିର ବିକ୍ଷୋଭ ଓ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରାରେ ପ୍ରତେକ ବର୍ଷ ପ୍ରବଳ ଜନ ସମାଗମ ହୁଅନ୍ତି. ଚଳିତ ବର୍ଷ ଜୁଲାଇ ୭ ତାରିଖ ଠାରୁ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି. ହେଲେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ପାରଳାଖେମୁଣ୍ଡି ସହରର ବଡ଼ ଦାଣ୍ଡ ତଥା ରାଜଦାଣ୍ଡ ରାସ୍ତା ଅବସ୍ଥା ଖାଲଖମା ହୋଇ ଶୋଚନୀୟ ହୋଇପଡିଛି. ଏହି ଖାଲଖମା ରାସ୍ତା ଯୋଗୁଁ ରଥଯାତ୍ରା ସମୟରେ ବିଭିନ୍ନ ଅଘଟଣ ଘଟଣାକୁ ଏଡାଇବା ପାଇଁ ରଥଯାତ୍ରା ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଦାବି କରାଯାଇ ଆଜି ପାରଳା ରାଜ ପ୍ରସାଦ ସମ୍ମୁଖ ରାସ୍ତାରେ ବିକ୍ଷୋଭ ଓ ଏକ ଘଣ୍ଟା ପାଇଁ ରାସ୍ତାରୋକ କରାଯାଇଥିଲା. ଏହାପରେ ବିଜେଡିର ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ସାକ୍ଷତ କରି ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ. ବିଜୁ ଜନତା ଦଳ ତରଫରୁ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ଓ ବସନ୍ତ ଦାସ, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ପୌରାଧକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ