ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି, ଜଳବନ୍ଦୀରେ ୩ ଗୋଟି ଗ୍ରାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରବଳ ବର୍ଷାରେ ଗଜପତି ଜିଲା ମୋହନା ଠାରେ ହରଭଙ୍ଗୀ ନଦୀରେ ଜଳସ୍ତ ବୃଦ୍ଧି ପାଇଛି. ଏଥିଯୋଗୁଁ ନଦୀ ଆରପଟରେ ରହିଥିବା ଗରଡ଼ମା ପଞ୍ଚାୟତର ମାଥାକୁମ୍ପା, ଲିମ୍ବାଡ଼, ନବକେଳୁ ଆଦି ୩ ଗ୍ରାମବାସୀ ଜଳବନ୍ଦୀ ଘେରରେ ରହିଛନ୍ତି । ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଲୋକେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥ‌ିବା ଦେଖିବାକୁ ମିଳିଛି । ଏହି ନ‌ଦୀ ଉପରେ ପୋଲୋ ନିର୍ମାଣ ପାଇଁ ବହୁବାର ଦାବି କରିଛନ୍ତି ଗ୍ରାମବାସୀ । ତେବେ ପ୍ରଶାସନ ସେମାନଙ୍କ ଦାବିପ୍ରତି ଗୁରୁତ୍ବ ଦେଉନଥ‌ିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ