ସ୍ମୃତିବନରେ ବୃକ୍ଷପୂଜା ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କ ୯୯ତମ ଜନ୍ମ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୯ତମ ଜୟନ୍ତୀ ଉତ୍ସବ ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି ।ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାତ୍ରପଡ଼ାଠାରେ ଥିବା ସ୍ମୃତିବନରେ ବୃକ୍ଷ ପୂଜା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ବୃକ୍ଷ ହିଁ ଜୀବନ ଉପରେ ଏକ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପରାଜ ପ୍ରଧାନ, ଅଶୋକ କୁମାର ମିଶ୍ର, ଶାରଦା ପ୍ରସନ୍ନ ପରିଜା ଓ ପୃଥ୍ୱୀରାଜ ପ୍ରଧାନ ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସ୍ୱାମୀ ବ୍ରହ୍ମନନ୍ଦ ସରସ୍ୱତୀ, ସଂଗ୍ରାମୀ ନଟବର ସିଂହ, ଭଗବାନ ରାଉତ, ଯଶୋଦା ଦେବୀ ଓ ପରେଶ ସିଂହଙ୍କ ସ୍ମୃତି ବୃକ୍ଷକୁ ମଧ୍ୟ ପୂଜା କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ମୃତିବନର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ସମାଜସେବୀ ବରୁଣରାଜ ପରିଚାଳନା କରିଥିଲେ ।ପୂର୍ବାହ୍ନ ୧୧ ଘଟିକା ସମୟରେ ଆର୍ଯ୍ୟଭବନ ଠାରେ ପ୍ରଜ୍ଞାରାଜ ପ୍ରଧାନଙ୍କ ଯଜମାନତ୍ୱରେ ଏକ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା । ନହରକଣ୍ଟାସ୍ଥିତ ପଲ୍ଲି ଉନ୍ନୟନ ସେବା ସମିତିଠାରେ ଅନ୍ତେବାସୀମାନେ ସ୍ୱର୍ଗତ ପ୍ରଧାନଙ୍କ ଜନ୍ମୋତ୍ସବ ଆଡ଼ଭୋକେଟ ମିତ୍ରଭାନୁ ମହାପାତ୍ରଙ୍କ ପୌରହିତ୍ୟରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସ୍ୱାତୀ ସୁଚିସ୍ମିତା ପାତ୍ର ପରିଚାଳନା କରିଥିଲେ ଓ ଅମୂଲ୍ୟ ଜେନା, ଜିତେନ୍ଦ୍ର ମହାନ୍ତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ