ପଂଚମ ଶ୍ରେଣୀ ଛାତ୍ରକୁ ମରଣାତ୍ମକ ଆକ୍ରମଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସହରରେ ୧୧ନଂ ଓାର୍ଡରେ ଥିବା ସରକାରୀ ଉଚ୍ଚ ପ୍ରଥାମିକବିଦ୍ୟାଳୟର,ପଣସପୋଡି ବିଦ୍ୟାଳୟ ପରିସରରେ ଜଣେ ପଂଚମ ଶ୍ରେଣୀ ଛାତ୍ର ଶମ୍ଭୁ ମଳିକକୁ ଅନ୍ୟ ଜଣେ ଅଭିଭବାକ ମରଣାତ୍ମକ ଆକ୍ରମଣ କରିଛି ଯାହାଫଳରେ ଛାତ୍ର ଗୁରୁତର ହୋଇଥିବା ବେଳେ ଛାତ୍ର ମୁଣ୍ଡ ଫାଟିଯାଇଛି । ଘଟଣାରୁ ପ୍ରକାଶ ଯେ ଏହି ପଣଶପୋଡି ବିଦ୍ୟାଳୟ ଆଜି ଶନିବାର ଥିବାରୁ ସକାଳ ସ୍କୁିଲ ଥିଲା ଓ ସକାଳ ୧୦ଟା ସମୟରେ ମଧ୍ୟାହ୍ନ ଭୋଜନ ଖାଇସାରି ପଂଚାମ ଶ୍ରେଣୀର ଛାତ୍ର ଶମ୍ଭୁ ମଳିକ ଖାଇ ନିଜର ଥାଳି ଓ ହାତ ଧୋଇ ଆସିବା ସମୟରେ ହଠାତ ଜଗା ନାୟକ ଯୁବକ ଜଣ ଙ୍କ ବିଦ୍ୟାଳୟ ପରିସରରକୁ ଆସି ଏହି ଛାତ୍ରକୁ ମାଡମାରିବା ସହ ଟେକି ଚେଚି ଦେଇଥିଲା ତାହାପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମ୍ମୁଖରେ । ଯାହାଫଳରେ ଛାତ୍ରର ଗୁରୁତର ହଇଥିବା ବେଳେ ତାର ମୁଣ୍ଡ ଫାଟିଯାଇଛି । ଏହାପରେ ବିଦ୍ୟାଳୟର କର୍ତୁପକ୍ଷ ଛାତ୍ରର ଘରେ ଖବର ଦେବା ସହ ଆହତ ଛାତ୍ରକୁ ମେଡିକାଲକୁ ନେଇ ଚିକିତ୍ସାକରାଯାଇଛି । ଏହାପରେ ବିଦ୍ୟାଳୟରେ ଅଭିବାବକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଙ୍କୁ ନେଇ ଏହି ଘଟଣାକୁ ନେଇ ବୈଠକ ହୋଇଥିଲା । (ପୁର୍ବରୁ ଦୁଇ ଛାତ୍ର ଶମ୍ଭହୁ ନାୟକ ଓ କାର ନାୟକ ଦୁିଇଟି ଛାତ୍ର କିଛି କାରଣକୁ ନେଇ ବଚସା ହୋଇଥିଲେ ଏହାକୁ ନେଇ ଓକାର ଅଭିଭାବକ ଜଗା ନାୟକ ଏହି କାଣ୍ଡ କରିଛନ୍ତି ବୋଲି ଆଲୋଚନା ହେଉଛି ) । ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଛାତ୍ର ମା ମଧ୍ୟ ତାଙ୍କ ପିଲାକୁ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଏତଲା ଦେଇଛନ୍ତି । ଏହାକୁ ନେଇ ବାଲିଗୁଡା ଗୋଷ୍ଠିଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ କହିଛନ୍ତି ଏହି ବିଷୟରେ ମୁଁ ଜାଣିଛି ଓ ଏହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଏତଲା ଦେଇଛନ୍ତି ବୋଲି କହିଛନ୍ତି । ଆଇଆଇସି ଶୁଶାନ୍ତ ସାହୁ ଏହି ଘଟଣାକୁନେଇ ଛାତ୍ରର ମା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରହରାଜ ପିଲାକୁ ମାଡ ମାରିବା ସହତାଙ୍କୁ ର୍ଦୁବ୍ୟବହାର କରିଛନ୍ତି କହି ଅଭିଯୋଗ କରିଛନ୍ତି ଓ ଏହାକୁ ନେଇ ଦୁଇଟି ମାମଲା କେଶ ନମ୍ବର ୧୪୮ ଓ ୧୪୯ରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ