ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରର କାର୍ଯ୍ୟସୂଚୀ ପ୍ରକାଶ

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ବର୍ଷ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ପରେ ସମସ୍ତ ଜିଲ୍ଲାରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଜନ ଶୁଣାଣି ଶିବିର। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜୁଲାଇ ମାସର ପ୍ରଥମ ସୋମବାର ୧ ତାରିଖ ସଦର ବ୍ଲକର ଜନସାଧାରଣଙ୍କ ପାଇଁ ଉପରୋକ୍ତ ଶିବିର ଅନୁଷ୍ଠିତ ହେବ । ସେହିପରି ଜୁଲାଇ ମାସ ଦ୍ୱିତୀୟ ସୋମବାର ୦୮ ତାରିଖ ଭୋଗରାଇ ବ୍ଲକ, ତୃତୀୟ ସୋମବାର ୧୫ ତାରିଖ ରେମୁଣା ବ୍ଲକ, ମାସର ଚତୁର୍ଥ ସୋମବାର ୨୨ ତାରିଖ ଔପଦା ବ୍ଲକ ଏବଂ ପଞ୍ଚମ ତଥା ମାସର ଶେଷ ସୋମବାର ଅର୍ଥାତ ୨୯ ତାରିଖ ଦିନ ବସ୍ତା ବ୍ଲକର ଜନସାଧାରଣଙ୍କ ପାଇଁ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ।ଉପରୋକ୍ତ ବ୍ଲକ ଠାରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ, ଲାଇନ ବିଭାଗ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଜଣାଇ ପାରିବେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ