ରେମୁଣା ନିର୍ବାଚନ ମଣ୍ଡଳୀର ହରିପୁରରେ ଗ୍ୟାସ ବିସ୍ପୁରଣର

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ସନ୍ଧ୍ୟା ୮ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀ ହରିପୁର ଗ୍ରାମପଞ୍ଚାୟତର ବେଗୁନିଆର ଅଧିବାସୀ ବୁଦ୍ଧି ବାରିକ ଙ୍କ ଘରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ବିସ୍ପୁରଣରେ କେହି ଆହତ ହୋଇନଥିଲେ ମଧ୍ୟ,ବହୁ ମୂଲ୍ୟବାନ ଜିନିଷ ଜଳି ପୁଡ଼ି ପାଉଁଶ ହୋଇଯାଇଥିଲା। ଏହି ଦୁଃଖଦ ଖବର ପାଇ ମାନ୍ୟବର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶ୍ରୀ ଦାସ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେବା ସହ ପଲିଥିନ ପ୍ରଦାନ କରିଥିଲେ। ଏହା ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କୁ କେମିତି ସରକାରୀ ସହାୟତା ପ୍ରଦାନ କରାଯାଇ ପାରିବ ସେ ସମ୍ବନ୍ଧରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ