ଗୁମ୍ମାରେ ନବ ନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳର ଜନସାଧାରଣ ନବ ନିର୍ବାଚିତ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୃଷ୍ଣଚନ୍ଦ୍ରପୁର, ଗୁମ୍ମା ଖ୍ରୀଷ୍ଟିଆନ୍ ସାହି, ପାଇକ ସାହି, ଆଶ୍ରୟଗଡ ଇତ୍ୟାଦି ଅଞ୍ଚଳ ବାସୀ ବିଧାୟକଙ୍କୁ ସ୍ଵାଗତ କରିଥଲେ। ବିଶାଳ ପଟୁଆର, ବିଭିନ୍ନ ସ୍ଲୋଗାନ, ଡିଜେର ତାଳେ ତାଳେ ନୃତ୍ୟ ସହ ବାଣ ଫୁଟା ଅଦିନିଆ ଦୀପାବଳୀ ର ଭ୍ରମ ସୃଷ୍ଟି କରୁଥିଲା। ସ୍ଥାନେ ସ୍ଥାନେ ପୁଷ୍ପ ଗୁଚ୍ଛ, ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ବିଧାୟକ ଙ୍କୁ ସ୍ୱାଗତ ଜଣାଇଥିଲେ। ଅଞ୍ଚଳ ବାସୀ ବିଧାୟକ ଙ୍କୁ ପାଖରେ ପାଇ ଅତ୍ୟନ୍ତ ଉତ୍ସାହିତ ତଥା ଭାବ ବିହ୍ୱଳ ହୋଇ ଥିବା ଜଣା ପଡ଼ିଛି। ଏପରି ସ୍ୱାଗତ ସମାରୋହ ପାଇଁ ବିଧାୟକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଏହା ମୋ ପରିବାର, ମୋ ପରିବାର ସାଙ୍ଗରେ ସର୍ବଦା ରହିବି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ