ବାଇକ୍ ଚୋରି ଘଟଣାରେ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ, ମୋହନାରୁ ବାଇକ ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ମୋହନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରି ଥାନା ପାରିବେଟା ଗାଁର ଲିଙ୍ଗରାଜ ବଡ଼ରଇତ (୧୯) । ପୋଲିସ ପକ୍ଷରୁ ମିଳିଥିଲା ସୂଚନା ପ୍ରକାରେ ଗତ ୨୧ ଓ ୨୨ ତାରିଖ ଦିନ ଚାନ୍ଦିପୁଟ ଓ ମୋହନାରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ତିନୋଟି ଟିମ ଗଠ କରି ତଦନ୍ତ ଚଳାଇଥିଲେ | ଚୋରି ହୋଇଥିବା ଘଟଣା ସ୍ଥଳର ସିସିଟିଭି ୧ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରିଥ୍‌ଲା ପୁଲିସ। ଏସଆଇ ପ୍ରତାପ ବେହେରାଙ୍କ ନେତୃତ୍ବରେ ତଦନ୍ତ କରାଯାଇ ଅଭିଯୁକ୍ତ ଲିଙ୍ଗରାଜ ବଡ଼ରଇତକୁ ଶୁକ୍ରବାରରେ ଗିରଫ କରାଯାଇଥିବା ବେଳେ ତା ଠାରୁ ଚୋରି ହୋଇଥିବା ୨ ବାଇକ ଜବତ ହୋଇଥିବା ଥାନା ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ