ସବୁଜ ବଳୟ ସୃଷ୍ଟି ପାଇଁ ପ୍ରସ୍ତୁତି ବୈଠକ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଅର୍କଶ୍ରୀର ଆବାହକତ୍ବରେ ଗୋପ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର, ବନାଖଣ୍ଡି, ସିମିଳି, ସୁତନ ପଞ୍ଚାୟତ ଏବଂ କୋଣାର୍କ ଏନ୍ଏସିର ୧୩ଟି ଓ୍ବାର୍ଡରେ ପରିବେଶ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅର୍କଶ୍ରୀର ସମ୍ପାଦକ ତଥା ପରିବେଶବିତ୍ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଅଚ୍ୟୁତପୁର, ବନାଖଣ୍ଡି, ସିମିଳି, ସୁତନ ଏବଂ କୋଣାର୍କ ଏନ୍ଏସିର ୧୩ଟି ଓ୍ବାର୍ଡରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ନେତ୍ରୀମାନେ ଯୋଗ ଦେଇଥିଲେ । ଜୀବଜଗତକୁ ଗ୍ଲୋବାଲ ଓ୍ବାର୍ମିଙ୍ଗରୁ ରକ୍ଷା କରିବା ପାଇଁ ସବୁଜ ବଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷ ରୋପଣ ପାଇଁ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷା ଋତୁରେ ବନବିଭାଗ ସହାୟତାରେ ଗୋପ ବ୍ଲକର ଚାରି ପଞ୍ଚାୟତ ଓ କୋଣାର୍କ ଏନ୍ଏସିରେ ପ୍ରାୟ ୨୫ ହଜାର ବିଭିନ୍ନ କିସମର ଦୀର୍ଘ ମିଆଦି ଛାୟାପ୍ରଦାୟୀ ଚାରା ରୋପଣ କରାଯିବ ବୋଲି ଅର୍କଶ୍ରୀ ସମ୍ପାଦକ ତଥା ପରିବେଶବିତ୍ ଉମେଶ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମହାମଞ୍ଚ, କୋଣାର୍କ ଜୋନର ସଂକୀର୍ତ୍ତନ ମଣ୍ଡଳୀ, ଆଞ୍ଚଳିକ କଳାକାର ସଂଘର କର୍ମକର୍ତ୍ତା ଏବଂ ସରକାରୀ ବେସରକାରୀ ସଂସ୍ଥା ର କର୍ମକର୍ତ୍ତାମାନେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ବର୍ଷାଋତୁ ଶେଷ ହେବା ପର୍ଯ୍ୟନ୍ତ ଜାରିରହିବ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମହିଳା ମଣ୍ଡଳର ନେତ୍ରୀ ମିନାକ୍ଷୀ ପୃଷ୍ଟି , ଗୋପ ବ୍ଲକ ମହିଳା ମଣ୍ଡଳର ନେତ୍ରୀ ରେଣୁବାଳା ନାୟକ, ଅଚ୍ୟୁତପୁର ପଞ୍ଚାୟତର ହିରା ହାଣ୍ଡି, ସିମିଳି ପଞ୍ଚାୟତର ଲିଲି ମଲ୍ଲିକ, କୋଣାର୍କ ଏନ୍ଏସି ର ବିଷ୍ଣୁପ୍ରିୟା ପାଇଟାଳ, ଚିନ୍ମୟୀ ଜେନା, ଝୁନା ମଲ୍ଲ, ରାନୁ ରାଓ ଏବଂ ବନାଖଣ୍ଡି ପଞ୍ଚାୟତର ବୃକ୍ଷ ମଣିଷ ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ