ପ୍ରଫେସର ପ୍ରମୋଦ କୁମାର ସାହୁଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚନ

ବ୍ରହ୍ମପୁର,(ଅନିଲ କୁମାର): ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ସ୍ବର୍ଗତ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କ ସ୍ମୃତିରେ ଏକ ସ୍ମରଣିକା ଉନ୍ମୋଚନର ଆୟୋଜନ କରା ଯାଇଥିଲା। ଏଥିରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଡ. ଏନ ସି ପାଢ଼ୀ, ଡ.ଜଗନ୍ନାଥ ପଣ୍ଡା, ଡ.ରମେଶ ଚନ୍ଦ୍ର ତ୍ରିପାଠୀ, ଡ.ସୁଧାଂଶୁ ପତି, ଡ.ଆଲତାଫ ଖାଁଙ୍କ ସମେତ ଡ.ବିଷ୍ଣୁ ଚୌଧୁରୀ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବାଣିଜ୍ୟ ବିଭାଗର ପୂର୍ବତନ ଏବଂ ବର୍ତମାନ ପ୍ରାଧ୍ୟାପକ ମାନେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ୍, ସହକାରୀ ଭାରତୀ, ଭାରତ ବିକାଶ ପରିଷଦ, ସରସ୍ଵତୀ ବିଦ୍ୟା ମନ୍ଦିର ସମୁହ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ପରିଜନ ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ବର୍ଗତ ପ୍ରଫେସର ସାହୁକୁ ଏକ ମହାନ୍ ବ୍ୟକ୍ତି ରୂପେ ବିବେଚନା କରି ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଆଜିର ଦିନରେ ପାଇବା ବିରଳ ବୋଲି ପ୍ରକାଶ କରିଥିଲେ। ସ୍ବର୍ଗତ ସାହୁ ଜଣେ ବ୍ୟକ୍ତି ନୁହେଁ ସେ ଏକ ଅନୁଷ୍ଠାନ ଥିଲେ ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ବାଣିଜ୍ୟ ବିଭାଗର ବହୁ ବିକାଶ ହେବା ସହ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ସ୍ବର୍ଗତ ସାହୁଙ୍କ ବ୍ୟକ୍ତିତ୍ଵରୁ ଟିକେ ବି ଆମେ ଜ୍ଞାନ ଆହରଣ କରି ସମାଜ ପାଇଁ କାର୍ଯରେ ଲଗାଇ ପାରିଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି ଅତିଥି ମାନେ କହିଥିଲେ । ହୃଷିକେଶ ପାଣିଗ୍ରାହୀ କାର୍ଯକ୍ରମ ସଂଚାଳନ କରି ଥିବା ବେ଼ଳେ ଓ ସ୍ବର୍ଗତ ସାହୁଙ୍କ ପୁତ୍ର ପ୍ରଦୀପ ଓ ପୁତୁରା ପ୍ରକାଶ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ନାତି ଅଭିନାଶ ସାହୁ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ