ଏସପିଙ୍କ ନିର୍ଦେଶ ପରେବି ଥାନାଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟେଟ୍‌ଙ୍କ ଦ୍ୱାରା ଏକ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖାଯିବାକୁ ନିର୍ଦେଶ ପରେବି ଡେରାବିଶ ଥାନା ଅଧିକାରୀଙ୍କ ପାଇଁ ସେହି ଜମି ଉପରେ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରାଯାୟୀ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଅଭିଯୋଗ ହୋଇଛି । ଏଭଳିକି ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ମଧ୍ୟ କୋର୍ଟଙ୍କ ନିର୍ଦେଶକୁ ପାଳନ କରିବାକୁ ଡେରାବିଶ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେବା ପରେବି ପୋଲିସ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ଜହ୍ନିମୂଳ ଗ୍ରାମର ସ୍ୱର୍ଗତ ବିଜୟ କେତନ ମୁଦୁଲିଙ୍କ ପତ୍ନୀ ବିଳାସୀ ମୁଦୁଲିଙ୍କ ଜମି ଉପରେ ସେହି ଗ୍ରାମର ପରମାନନ୍ଦ ମୁଦୁଲିଙ୍କ ପୁଅ ବେଣୁଧର ମୁଦୁଲି ଜୋରଜବରଦସ୍ତି ପକ୍କା ଘର ନିର୍ମାଣ କରୁଥିବାରୁ ବିଳାସୀ ପ୍ରଥମେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅସହାୟା ବିଳାସୀ ବାଧ୍ୟ ହୋଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟେଟ୍‌ଙ୍କ କୋର୍ଟରେ ସେହି ଜମି ଉପରେ ସ୍ଥତାବସ୍ଥା ବଜାୟ ରଖାଯିବା ପାଇଁ ନିବେଦନ କରି ଏକ କ୍ରିମନାଲ ମିସ ପିଟିସନ ଦାଖଲ କରିଥିଲେ । ସେହି ଅଭିଯୋଗ ଉପରେ ତଦନ୍ତ କରି କୋର୍ଟଙ୍କୁ ଜଣାଇବାକୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟେଟ୍ ଡେରାବିଶ ଥାନାକୁ ପତ୍ରସଂଖ୍ୟା – ୫୬୫୭ ତା ୧୮.୦୫.୨୦୨୪ରିଖରେ ନିର୍ଦେଶ ଦେଲେ । ଏହାମଧ୍ୟରେ ସଂପୃକ୍ତ ଅପରପକ୍ଷ ସେହି ବିବାଦୀୟ ଜମି ଉପରେ ବେଆଇନ ଭାବେ ପକ୍କା ଘର ନିର୍ମାଣ ଜାରି ରଖିଥିଲେ ବି ପୋଲିସ ତାଙ୍କୁ ସହଯୋଗ କରି ତଦନ୍ତ ରିପୋର୍ଟ କୋର୍ଟଙ୍କୁ ଦେବାରେ ଜାଣିଶୁଣି ବିଳମ୍ବ କରିଥିବା ବିଳାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଡେରାବିଶ ଥାନାର ଜନୈକ କନେଷ୍ଟବଳ ତଦନ୍ତ ପାଇଁ ଜହ୍ନିମୂଳ ଗ୍ରାମକୁ ଯିବା ପାଇଁ ଅସାହାୟା ବିଳାସୀଙ୍କ ଠାରୁ ୪ଶହ ଟଙ୍କା ଦାବି କଲେ ଓ ନେଲେ । କିନ୍ତୁ ଏସବୁ ପରେବି ଡେରାବିଶ ଥାନାରୁ ତଦନ୍ତ ରିପୋର୍ଟ କୋର୍ଟକୁ ନଆସିବାରୁ ବିଳାସୀ କେନ୍ଦ୍ରାପଡା ଏସଡିପିଓ ଓ ପରେ ଅତିରିକ୍ତ ଏସପିଙ୍କୁ ଭେଟି ନିବେଦନ କରିବା ପରେ ଉଭୟ ଅଧିକାରୀ ଡେରାବିଶ ଥାନା ଅଧିକାରୀଙ୍କୁ ଦୁଇ ଦୁଇ ଥର ନିର୍ଦେଶ ଦେବା ପରେବି ଏକମାସ ପରେ ତଦନ୍ତ ରିପୋର୍ଟ କୋର୍ଟରେ ପହଞ୍ଚିଲା । ଏହାପରେ କୋର୍ଟ ତଦନ୍ତ ରିପୋର୍ଟକୁ ପାଇ ସେହି ବିବାଦୀୟ ଜମି ଉପରେ ୧୪୪ଧାରା ଜାରି କରିବା ପାଇଁ ଡେରାବିଶ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଲେ । କିନ୍ତୁ କୋର୍ଟଙ୍କ ନିର୍ଦେଶ ପରେବି ସେହି ବିବାଦୀୟ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରହିବାରୁ ବିଳାସୀ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ଜଣାଇବା ପରେ ଆରକ୍ଷୀ ଅଧିକ୍ଷକ ଡେରାବିଶ ଥାନା ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଲେ । କିନ୍ତୁ ତଥାପି ନିର୍ମାଣ କାର୍ଯ୍ୟ ବନ୍ଦ ନହେବାରୁ ଏସମ୍ପର୍କରେ ଅଭିଯୋଗକାରିଣୀ ବିଳାସୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ । କିନ୍ତୁ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେବି ସେହି ବିବାଦୀୟ ଜମି ଉପରେ ଦିନରାତି ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଅସହାୟା ବିଧବା ବିଳାସୀଙ୍କୁ ବ୍ୟଥିତ କରିଛି । ଜଣେ ନିଶହାୟା ବିଧବା ମହିଳାଙ୍କୁ ଡେରାବିଶ ଥାନା ପୋଲିସ ନ୍ୟାୟ ପ୍ରଦାନରେ ଗୁରୁତ୍ତର ଅବହେଳା ପ୍ରଦର୍ଶନ କରିବା ଘଟଣା ସାଧାରଣରେ ପୋଲିସର ବିଶ୍ୱାସନୀୟତା ହରାଇବା ସହ ପୋଲିସର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ