କର୍କଟ ପିଡିତକୁ ସହାୟତାର ହାତବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର କଜଳା ଗ୍ରାମର ନାରାୟଣ ମଲ୍ଲିକ(୪୫) ଗତ କଛି ବର୍ଷ ହେବ ମୁଖ କର୍କଟ ରୋଗରେ ପିଡିତ ଅଛନ୍ତି । ଶ୍ରୀ ମଲ୍ଲିକ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି । ସେ ଇଲେଟ୍ରିସିଆନ ଭାବେ କାର୍ଯ୍ୟ କରି ତାଙ୍କ ବୃଦ୍ଧ ମାତା, ଅବିବାହିତା ଭଉଣୀ, ପତ୍ନୀ ଓ ଦୁଇଟି ପିଲାଙ୍କ ଭରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ସେ କର୍କଟ ରୋଗରେ ପିଡିତ ହୋଇପଡିବାରୁ ପରିବାର ପ୍ରତିପୋଷଣ ସହ ନିଜର ଚିକିତ୍ସା କରିବାକୁ ଅକ୍ଷମ । ଏସମ୍ପର୍କରେ ଜାଣିବା ପରେ ବାଞ୍ଛାନିଧି ଦାସ ଓ ଶ୍ରୀମତି ଦେବୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଦେବେନ୍ଦ୍ର କୁମାର ଦାସ ଦୁଖିତ ହୋଇପଡିବା ସହିତ ଟ୍ରଷ୍ଟ ପକ୍ଷରୁ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ପାଇବା ପରେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ ମହାନ୍ତି ନାରାୟଣ ମଲ୍ଲିକଙ୍କ ଘରକୁ ଯାଇ ଟ୍ରଷ୍ଟ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ସହାୟତା ପ୍ରଦାନ ସମୟରେ ଲକ୍ଷ୍ମୀକାନ୍ତ ନାୟକ ଓ ଉମେଶ ପାଢୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ