ଐତିହାସିକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ତୁଳସୀପୁର ବ୍ରାହ୍ମଣସାହି ର ଐତିହାସିକ, ପ୍ରାଚୀ ଗବେଷକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ଙ୍କ ସ୍ମୃତିଚାରଣ ସଭା ଆଜି ସ୍ଥାନୀୟ ଜୟଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। କୋଣାର୍କ ଜ୍ଞାନମଞ୍ଚ ଓ ତୁଳସୀପୁର ପ୍ରାଚୀ ସାହିତ୍ୟ ସଂସଦ ର ମିଳିତ ଆୟୋଜନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ପଞ୍ଚାନନ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ବାଲିପାଟଣା କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ କ୍ଷିରୋଦ ଚନ୍ଦ୍ର ରାୟ ମହାପାତ୍ର, ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ପୂର୍ବତନ ନିର୍ଦ୍ଦେଶକ ଡ଼ଃ. ହର ମୋହନ ମିଶ୍ର,ସମାଜସେବୀ ହରିଶଚନ୍ଦ୍ର ଦାଶ, କୋଣାର୍କ ଜ୍ଞାନମଞ୍ଚ ର ଟ୍ରଷ୍ଟି ସଦସ୍ୟ ସଞ୍ଜୟ ବରାଳ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଶ୍ରୀ ତ୍ରିପାଠୀ ଙ୍କ ସ୍ମୃତି ଚାରଣ କରିଥିଲେ। ତୁଳସୀପୁର ଗ୍ରାମ କମିଟି ସଭାପତି ବନବିହାରୀ ଦାଶ,ଲେଖକ ଲକ୍ଷ୍ମୀଧର ସାହୁ, ସମାଜସେବୀ ରବି ନାରାୟଣ ତ୍ରିପାଠୀ, ଶିକ୍ଷାବିଦ ଦ୍ୱିଜବର ମୁଦୁଲି , ପୁର୍ବତନ କଲେଜ ଅଧ୍ୟକ୍ଷ ଡ଼ଃ. ସନ୍ତୋଷ ମିତ୍ର, ପ୍ରାଚୀ ସାହିତ୍ୟ ସଂସଦ ସଭାପତି ଗୋପିନାଥ କର,ଶିକ୍ଷାବିଦ୍ କୈଳାସ ତ୍ରିପାଠୀ ପ୍ରମୁଖ ସ୍ବର୍ଗତ ଶ୍ରୀ ତ୍ରିପାଠୀ ଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ସାମ୍ୱାଦିକ ସନ୍ତୋଷ ଦାଶ ସମସ୍ତ ଅତିଥି ଓ ଯୋଗଦେଇଥିବା ବକ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ