ଫାର୍ମାସିଷ୍ଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଫାର୍ମାସିଷ୍ଟ ସନ୍ତୋଷ କୁମାର ପାତ୍ର ଅବସର ଗ୍ରହଣ କରିଥିବାବେଳେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ଉତ୍ସବରେ ବିଦାୟୀ ଫାର୍ମାସିଷ୍ଟ ଶ୍ରୀ ପାତ୍ରଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସ୍ମୃତିରେଖା ଗୌଡ଼, ଡାକ୍ତର ସୌରଭ କୁମାର, ଡାକ୍ତର ବସନ୍ତ ସ୍ୱାଇଁ, ଷ୍ଟାଫ୍ ନର୍ସ କୁମୁଦିନି ଜୋଜୋ,ସ୍ଵର୍ଣ୍ଣଲତା,କନକ ଲତା ସାହୁ, ସିଦ୍ଧାର୍ଥ ମିଶ୍ର,ଆଟେଣ୍ଡାଣ୍ଟ ଚିରଞ୍ଜିବୀ ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଫାର୍ମାସିଷ୍ଟ ସନ୍ତୋଷଙ୍କ ନିଷ୍ଠାପର କର୍ତ୍ତବ୍ୟ, ରୋଗୀଙ୍କ ପ୍ରତି ଅମାୟିକ ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ପ୍ରକାଶ ଥାଉକି ଶ୍ରୀ ପାତ୍ର 1986 ରେ ସରକାରୀ ଚାକିରୀ ଆରମ୍ଭ କରିଥିବା ବେଳେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 2002 ରୁ 2024 ପର୍ଯ୍ୟନ୍ତ ଦୀର୍ଘ 22 ବର୍ଷ ଧରି ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ