ଓଡିଶା ଚିନ୍ତା ଚେତନା ମଞ୍ଚର ବୈଠକ

ଭଞ୍ଜନଗର,(ସନ୍ତୋଷ ଜେନା):ସ୍ଥାନୀୟ ନାୟକ ଭବନ ପରିସରରେ ଓଡ଼ିଶାରେ ପ୍ରଥମ କରି ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠିତ ହୋଇଛି ଏହାର ଆବାହକ ଥିଲେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ | ସଭାପତିତ୍ୱ କରିଥିଲେ ଅନ୍ୟତମ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ | ଏହି ବୈଠକକୁ ସଂଯୋଜନା କରିଥିଲେ ପ୍ରାକ୍ତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ | ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁଙ୍କ ସମେତ ଆସିକା ଓକିଲ ସଂଘ ଯୁବ ଆଇନ ଜୀବୀ ଶୁଭ୍ରମନ୍ୟୁ ରାଓ, ଚାଷୀମୁଲିଆ ନେତା ନିରାକାର ନାୟକ, ପୁରୁଖା ସାମ୍ୟବାଦୀ ନେତା ପରୁ ବିଷୋୟୀ,ଶିକ୍ଷକନେତା ପିତାମ୍ବର ପରିଡା, ପ୍ରତାପ କୁମାର ନାୟକ, ଟୁନା ମଳିକ, ବିପ୍ରଚରଣ ନାୟକ ସୁରେନ୍ଦ୍ର ପଟନାୟକଏସ ଏନ ପ୍ରଧାନ, ହିମାଂଶୁ ପାଢ଼ୀ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ |ଆଲୋଚନା ର ଉପଜୀବ୍ୟ ଥିଲା ସାମ୍ୟବାଦୀ ଦଳ ଗୁଡ଼ିକ ମଧ୍ୟରେ କିପରି ଐକ୍ୟ ପ୍ରତିଷ୍ଠା ହେବ ସେଦିଗରେ ଏ ସାମୁଖ୍ୟ ସମସ୍ତ ଉଦ୍ୟମ କରିବ | ସାରାଓଡ଼ିଶା ରେ ଏପରି ସାମ୍ମୁଖ୍ୟ ଗଠନ କରି ରାଜ୍ୟ ଓ ଜାତୀୟ ନେତୃତ୍ୱ କୁ ପ୍ରଭାବିତ କରିବ | ନିଜନିଜ ଅଂଚଳର ପ୍ରମୁଖ ଦାବିଗୁଡିକ ଉପରେ ଦାବୀ ହାସଲ ଯାଏଁ ଆନ୍ଦୋଳନ ଅବ୍ୟାହତ ରଖିବାପାଇଁ ବର୍ତ୍ତମାନ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କର ଅବା ମର ଆନ୍ଦୋଳନରେ ଝାସ ଦେବ | ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଙ୍କ ପ୍ରତ୍ୟକ ଦପ୍ତରରେ ଆଗାମୀ 6ମାସ ଭିତରେ ଲାଗୁ କରିବା ପାଇଁ ଚରମ ପତ୍ର ଦେବ |ଏ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀଯୁକ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପନ୍ଦର ଜଣିଆ କମିଟି ଗଠିତ ହୋଇଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ