ଭୟରେ ଗୋପାଳକ ଘୁମୁସର ବନଖଣ୍ଡରେ ବାଘ ଆତଙ୍କ

ଭଞ୍ଜନଗର,(ସନ୍ତୋଷ ଜେନା):ବିଗତ ସପ୍ତାହ ମଧ୍ୟରେ ୧୫ ଥର ମହାବଳ ବାଘ ଆସି ଗ୍ରାମର ଗାଈ କୂହ୍ନାର ନିକଟସ୍ଥ ବୁଲୁଅଛି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ବନାଞ୍ଚଳ ର ହାତିଗୁଣ୍ଡା, ମାଛଖାଇପଲି,କୁମIରସୁଣୀ, କଇଠିଆ ମୁଣ୍ଡିଆ ବିଭନ୍ନ ପାହାଡରୁ ଆସି ରାତ୍ରରେ ଗାଈ, ବାଛୁରୀ, ଛେଳିମେଣ୍ଡାକୁ ଆକ୍ରମଣ କରୁଅଛି ଓ ଶୀକାର କରିବା ପାଇଁ ବାରମ୍ବାର ଗାଈ ମେଳ,ଗୋଠ ଓ ଗୁହାଳକୁ ସନ୍ଧ୍ୟା, ରାତ୍ର ଆସିଥାଏ I ଉତ୍ତର ଓ ଦକ୍ଷିଣ ବନାଅଞ୍ଚଳର ପର୍ବତ ମାଳା ଯାହା ଚତୁରପାର୍ଶ୍ଵରେ ଗାଙ୍ଗପୁର,ସିଂହମର୍ଦ୍ଧନ, କ୍ଷେତ୍ରୀୟବରପୁର, କୁମୁଣ୍ଡି, କଳସୁତା, ଲଣ୍ଡାଜୁଆଳି, ବୁଢାକେନ୍ଦୁ, ବୋରୀ, ଝାଡବନ୍ଧ, ଦିଗୀ, ଶିଙ୍ଘିପୁର, କେସରI, କଇଠିଆ, ରଙ୍ଗାବାଲି ମସାଣିବାଘ, ମୁନିଗାଡି, ଗୁଣ୍ଡିରିବାଡି, ଦରରଲୁଣ୍ଡା, ଦୁମକୁମ୍ପା, ଡହ, ବାଇବାଲି ଯଥା ବେଲଗୁଣ୍ଠI,ଆସ୍କା, ଧରାକୋଟ,ଭଞ୍ଜନଗର ବ୍ଲକ ପରିସର ଭୁକ୍ତ I ବିଗତ ପନ୍ଦରଦିନ ହେବ ଯାହା ଘୁମୁସରୀ ଗୋପାଳଙ୍କ ନିଦ ହଜିଗଲାଣି, ଗ୍ରାମ କୁକୁର ଗାଁ ଛାଡି ବାହାରକୁ ଯାଉନାହାନ୍ତି I ଘୁମୁସରୀ ସମିତି ତରଫରୁ ଲିଖିତ ଅଭିଯୋଗ ଉଭୟ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଙ୍କୁ ଜଣାଇଲେ ବି ଉପଯୁକ୍ତ ଭାବେ ପେଟ୍ରୋଲିଂ ହେଉ ନIହିଁ ବୋଲି ଗୋପାଳକ ମାନେ ଅଭିଯୋଗ କରୁଛନ୍ତି|ଉଭୟ ଦକ୍ଷିଣ ଘୁମୁସର ବନାଅଞ୍ଚଳର ଯଥା ଆସ୍କା, ବଦଗଡ, ସୁରଡା ଓ ଉତ୍ତର ଘୁମୁସର ବନାଅଞ୍ଚଳ ମୁଜାଗଡ, କେନ୍ଦ୍ରୀୟ,ଗାଲେରୀ ବନାଞ୍ଚଳ ଅଧିକାରୀ,ରେଞ୍ଜର,ବନକର୍ମଚାରିମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ, ପେଟ୍ରୋଲିଂ ଓ ମଣିଷ-କଲରାପାତିଆ ବାଘ ସଂଘର୍ଷକୁ ପ୍ରତିହତ କରିବା ପାଇଁ ସଚେତନତା କାର୍ଯ୍ୟ କରିବା ସହ ଉପଯୁକ୍ତ ସାହାଯ୍ୟ ନିମିତ ଆଦେଶ କରନ୍ତୁ ଓ ପୀଡିତ ଗୋପାଳକ ଓ ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଯାଉ ସମସ୍ତ ଗ୍ରାମରେ ପେଟ୍ରୋଲିଂ ହେଲ୍ପ ନମ୍ବର ବନ ବିଭାଗ କାନ୍ଥବାଡ଼ରେ ଲେଖନ୍ତୁ I ଆବଶ୍ୟକ ପଡିଲେ ପେଟ୍ରୋଲିଂ କାମ ପାଇଁ ବାହାରୁ ଅଭିଜ୍ଞତା ସମ୍ପନ୍ନ ଦଳ ଆଣିବା, ପିସିସିଏଫ ସହାୟତା ନେବା ପାଇଁ ଘୁମୁସରୀ ଗୋପାଳ ସମିତି ପ୍ରକାଶ ଚନ୍ଦ୍ର ସାହୁ ବନ ଅଧୀକାରୀଙ୍କୁ ଲିଖିତ ଅଭିଯୋଗ କରିବାସହିତ ପ୍ରେସ ନୋଟ ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ