ବିଷାକ୍ତ ଜଙ୍ଗଲ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର ମୋହନା ଅଞ୍ଚଳରେ ଲାଦ୍ରୁମ ଗାଁ ରେ ଘଟିଛି ଏହି ଘଟଣା | ଗୁରୁତର ତିନି ଜଣ ହେଲେ ଗୋଟିଏ ପରିବାରର ତବତିଆ ମଣ୍ଡଳ, ଗେରେଗେଣ୍ଡି ମଣ୍ଡଳ ଓ ପଞ୍ଚମୀ ମଣ୍ଡଳ. ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ | ପରେ ଏହାକୁ ଖାଇବାର ମାତ୍ର ୧ ଘଣ୍ଟା ପରେ ସେହି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ ବାରମ୍ବାର ବାନ୍ତି କରିଥିଲେ. ଗ୍ରାମବାସୀମାନେ ଏହା ଜାଣିବା ପରେ ଅଟୋ ଯୋଗେ ଗୁରୁତର ୩ ଜଣଙ୍କୁ ମୋହନା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ଏହି ୩ ଜଣ ସୁସ୍ଥ ହୋଇଥିବା ଡାକ୍ତର ଅମୃତ ରାଜ ଜେନା ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ