ପାରଳା ରେଳ ଷ୍ଟେସନ ଉନ୍ନତିକରଣ ନାମରେ ହାଇମାଷ୍ଟ ଲାଇଟ୍ ହଟିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ରେଳଷ୍ଟେସନ ପରିସରରେ ଉନ୍ନତିକରଣ ନାମରେ ହାଇମାଷ୍ଟ ଲାଇଟ୍କୁ ହଟାଇ ଦିଆ ଯାଇଛି. ଯଦ୍ୱାରା ସଞ୍ଜ ନଇଁଲେ ଅନ୍ଧାର ହେଉଥିବାରୁ ଯାତ୍ରୀ ତଥା ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନଥିଲା । ଫଳରେ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ହାତପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇମାଷ୍ଟ ଲାଇଟ ଲଗାଯାଇଥିଲା । ଏହାର ଉଦଘାଟନ ୨୦୨୩ ଫେବୃୟାରୀ ୧୨ ତାରିଖରେ ହୋଇଥିଲା । ଏବେ ସେହି ଖୁଣ୍ଟରୁ ଲାଇଟ ଗୁଡିକୁ କାଢି ନିଆଯାଇଛି । ଲୋକେ ପୁଣି ଅନ୍ଧାରରେ ଯାତାୟାତ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ ଗୁଣପୁର-ପୁରୀ ଏକ୍ସପ୍ରେସ ଏବଂ ରାତିରେ କଟକ-ଗୁଣପୁର ମେମୁ ଟ୍ରେନରେ ଆସୁଥିବା ଯାତ୍ରୀ ଅସୁବିଧାରଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ ଗୁଣପୁର-ପୁରୀ ଏକ୍ସପ୍ରେସ ଏବଂ ରାତିରେ କଟକ-ଗୁଣପୁର ମେମୁ ଟ୍ରେନରେ ଆସୁଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଲାଇଟ ଲଗାଇବା ପାଇଁ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ