ମାଧବ ମନ୍ଦିରରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳଭାର

ନିମାପଡ଼ା,(ସନ୍ତୋଷ ଦାଶ): ଦେବସ୍ନାନ ପୂର୍ଣ୍ଣିମା ର ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ମନ୍ଦିର ଅଣସର ପିଣ୍ଡିରେ ଜ୍ଵର ଉପଚାର ରେ ଅଛନ୍ତି । ପୀଡିତ ଠାକୁର ମାନଙ୍କ ପାଇଁ ଶ୍ରୀ ଜିୟୁ ମାନଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ରୁ ଆଜି ଫଳ, ମୂଳ,
ତୁଳସୀ ପ୍ରଭୃତି ପଠାଯାଇଛି। ମାଧବ ବିକାଶ ପରିଷଦର ଆବାହକ ପଣ୍ଡିତ ତ୍ରିଲୋଚନ ପୁଷ୍ପାଳକ ଙ୍କ ଉଦ୍ୟମରେ ପ୍ରାଚୀ ତଟ ଭକ୍ତଙ୍କ ବାଡ଼ି ରୁ ସଂଗୃହିତ ବିଭିନ୍ନ ପ୍ରକାର ଫଳ , ମୂଳ,ଶ୍ୱେତ ପଦ୍ମ ଫୁଲ ,ବାନୋଷଧି, ତୁଳସୀ ସବୁ କୁ ମାଧବ ମନ୍ଦିର କୁ ଅଣାଯାଇଥିଲା। ଆଜି ମଙ୍ଗଳ ବାଦ୍ୟ ,ମଙ୍ଗଳ ଧ୍ଵନି , ନାମ ସଙ୍କୀର୍ତ୍ତନ ସହ ଭକ୍ତ ମାନେ ସେ ସବୁ କୁ ଶ୍ରୀ କ୍ଷେତ୍ର ନେଇ ଯାଇଥିଲେ।ପ୍ରାଚୀ ତଟ ର ମଠ ,ମନ୍ଦିର ର ଭକ୍ତ ମାନେ ଏ ଦେବ କାର୍ଯ୍ୟରେ ସାମିଲ ହୋଇଥିଲେ। ମାଧବାନନ୍ଦ ଜୀୟୁ ମନ୍ଦିର ର ପୂଜକ ଅଶୋକ ପୁଷ୍ପାଳକ ଙ୍କ ନେତୃତ୍ଵରେ ସେବାୟତ ତ୍ରିଲୋଚନ ପୁଷ୍ପାଳକ ,ନିଆଳି ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ଓଡ଼ିଶା ବାୟା ଚଢ଼େଇ ସୁରକ୍ଷା ଅଭିଯାନର ଆବାହକ ପିତାମ୍ବର ରାଉତ, ସୂର୍ଯ୍ୟନାରାୟଣ ମହାନ୍ତି ,କୁମର ଦାସ, ଭାସ୍କର ପୁଷ୍ପାଳକ ,ପୂର୍ଣ୍ଣଚନ୍ଦ୍ର ପୁଷ୍ପାଳକ ,କୈଳାଶ ମୁଦୁଲି ,ବିଜୟ ପରିଡା ,ସୁକାନ୍ତ ସାହୁ,ରମେଶ ସାହୁ , କେଦାର ନାଥ ବେହେରା ପ୍ରମୁଖ ଙ୍କ ନେତୃତ୍ୱ ରେ ୫୦୦ ରୁ ଉର୍ଦ୍ଧ ଭକ୍ତ ଅଂଶ ଗ୍ରହଣ କରିଥିଲେ।ମାଧବାନନ୍ଦ ଜୀଉ ମନ୍ଦିରର ହେଡଟାରୀ ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ଏହାର ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ