ଶିକ୍ଷାଧିକାରୀଙ୍କ ଆଦେଶ ଅନୁଯାୟୀ ହେଲ୍‌ମେଟ୍ ପିନ୍ଧିଲେ ଶିକ୍ଷକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାଇକ୍ ଚଳାଇବା ସମୟରେ ହେଲ୍‌ମେଟ୍ ପିନ୍ଧିବାକୁ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ ଗଜପତି ଜିଲ୍ଲା ମୋହ‌ନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା। ବିନା ହେଲମେଟରେ ବାଇକ୍ ଚଳାଇବା ନଜରକୁ ଆସି ଲେ ଦରମା ବନ୍ଦ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇ ଶିକ୍ଷକମାନଙ୍କୁ ଗତ ୨ ଦିନ ତଳେ ଚିଠି ଦେଇଥିଲେ. ବିଇଓଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଶିକ୍ଷକ। ଏନେଇ ସମସ୍ତ ଶିକ୍ଷକ ହେଲ୍‌ମେଟ୍ ପିନ୍ଧି ବିଦ୍ୟାଳୟକୁ ଆସିଥିବା ଦେଖାଦେଇଛି. ବାଇକ୍ ଚଳାଇବା ବେଳେ ହେଲ୍‌ମେଟ୍ ପିନ୍ଧିବା ବାଧ୍ଯ ତାମୂଳକ। ଏହାକୁ ଆମେ ସମସ୍ତ ଶିକ୍ଷକ ପାଳନ କରିବା ଉଚିତ। କେବଳ ଯେ ଶିକ୍ଷ ଶିକ୍ଷକ ନୁହେଁ ସମସ୍ତ ଜନସାଧାରଣ ହେଲ୍‌ ମେଟ୍ ବ୍ୟବହାର କରିବା ଆବଶ୍ୟକ ବୋଲି ମୋହନା ରଙ୍ଗମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଲଗମାଙ୍ଗ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଏହା କହିଛନ୍ତି। ଅନ୍ୟପକ୍ଷରେ ବିଇଓଙ୍କ ନିର୍ଦେଶ ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶନିବାର ଠାରୁ ହେଲମେଟ ପିନ୍ଧି ବିଦ୍ୟାଳୟ ଯାଉଥିବା ଦେଖୁବାକୁ ମିଳିଛି। ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସମୟରେ ହେଉ ବାଇକ୍ ଚଳାଇବା ମାତ୍ରେ ହେଲ୍‌ମେଟ୍ ପିନ୍ଧିବା ନେଇ ତାଗିଦ କରିଛନ୍ତି ବ୍ଳକ୍ ଶିକ୍ଷାଧୁକାରୀ। ଏଥିସହ ଜିଲ୍ଲା ଶିକ୍ଷାକାରୀଙ୍କୁ ମଧ୍ୟ ଚିଠି ମାଧ୍ଯମରେ ଅବଗତ କରାଇଛନ୍ତି ବିଇଓ। ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଅବମାନନା କରି ବିନା ହେଲ୍‌ମେଟ୍‌ରେ ବାଇକ ଚଳାଇବାର ନଜରକୁ ଆସିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ କହିଛନ୍ତି। ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବା ସ‌ହ ସମ୍ପୃକ୍ତ ବିଦ୍ୟାଳୟର ଅଭିଭାବକଙ୍କୁ ମଧ୍ଯ ଅବଗତ କରାଯିବ। ଦରମା ବନ୍ଦ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଅନ୍ୟ ଶିକ୍ଷକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ଓ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡ଼ୁ ବୋଲି ବିଇଓ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ