ଚାଷ ଜମିକୁ ମିଳୁନି ପାଣି, ଚାଷୀ ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସେଚ ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଥ‌ିବାରୁ ଚାଷୀକୁଳ ଚାଷ ଜମିରେ ଚାଷ କରିବା ପାଇଁ କୌଣସି ସୁବିଧା ପାଉନାହାନ୍ତି. ଗଜପତି ଜିଲା ମୋହନା ବ୍ଲକର କେସେରା, ଚଡ଼ିଆପଦା, ଚନ୍ଦ୍ରପୁର, କିରାଆମ୍ବ ଭଳି ୫ ଗାଁର ହଜାର ହଜାର ଏକର ଜମି ଏବେ ପଡ଼ିଆ ପଡ଼ି ରହିଛି । ଗ୍ରାମବାସୀ ଜଳସେଚନ ସୁବିଧା ପାଇଁ ପ୍ରଶାସନ ନିକଟରେ ବହୁ ଅଭିଯୋଗ ପରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଆସିଥିଲା । ଗାଁ ଲୋକେ ଗୋଟିଏ ଜାଗା ଦେଖାଇଥିଲେ । ସେଠାରେ ପ୍ରକଳ୍ପ ନିର୍ମାଣ ହେଲେ ଉକ୍ତ ୫ ଗାଁର ଚାଷୀ ଉପକୃତ ହୋଇଥାନ୍ତେ । କିନ୍ତୁ ଉକ୍ତ ପ୍ରକଳ୍ପ ରାସ୍ତା କଡ଼ରେ ନିର୍ମାଣ କରାଗଲା । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧-୨୨ରେ ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ବର୍ଷରୁ ଅଧିକା । ସମୟ ବିତିଲାଣି ତଥାପି ପ୍ରକଳ୍ପ ସଂପୂର୍ଣ ହୋଇପାରୁନି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରୁ ସେ କହିଛନ୍ତି ଯେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବା ପାଇଁ ପଦକ୍ଷେପ ନିଆଯିବ. ହେଲେ ଏହି ଅଞ୍ଚଳର ଚାଷୀମାନେ ଯନ୍ତ୍ରୀଙ୍କ ଏଭଳି କଥାକୁ ବିଶ୍ୱାସ କରୁନଥିବା ଅଭିଯୋଗ କରି କହିଛନ୍ତି ସେଚ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତି ତୁରନ୍ତ ସମାପନ ନ ହେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ