ଆଶ୍ରମ ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ ପଚାୟତ ଜନ ପ୍ରତିନିଧି ପରିଷଦ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବୀ ପତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରୀ ଆଶ୍ରମ ବିଦ୍ୟାଳୟ ରହି ପାଠପଢୁଥିବା ଆଦିବାସୀ ହରିଜନ ଛାତ୍ରଚାତ୍ରୀଙ୍କୁ ସଠିକ ଯତ୍ନ ଓ ଦାୟୀତ୍ୱ ପୁର୍ଣ୍ଣ ଭାବେ ତତ୍ୱା ବଧାନତା ନେବାକୁ ବାଲିଗୁଡା ବ୍ଲକ ସ୍ତରୀୟ ପଚାୟତ ଜନ ପ୍ରତିନିଧି ପରିଷଦ ଉପଜିଲ୍ଲାପାଳ ଡା ରୀନା ପ୍ରଧାନଙ୍କ ପାଖରେ ଏକ ଲିଖିତ ଆକାରରେ ଜଣାଇଛନ୍ତି ଏଥିରେ ଉଲ୍ଲେଖ ରହିଛି ଆଦିବାସୀ,ହରିଜନ ଶ୍ରେଣୀର ଗରୀବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଆଶ୍ରମବିଦ୍ୟାଳୟରେ ରହି ପାଠପଢିବାର ବ୍ୟବସ୍ଥା କରାଯାଇଛି । ହେଲେ ଏହା ଆମ ପାଇଁ ଲାଭ ଦାୟକ ହେଉଥିବା ସ୍ଥଳେଆଶ୍ରମ ପରିଚାଳନା ରେ ଥିବା ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ତୁପକ୍ଷଙ୍କ ଦାୟୀତ୍ୱ ହିନତା ଯୋଗୁଁଛାତ୍ରଛାତ୍ରୀ ମାନଙ୍କ ବହୁମୁଲ୍ୟ ଜୀବନ ଚାଲିଯାଉଛି । ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ଦୃଷ୍ଟି ରହିବା କଥା କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖାଯାଉଛି । ଛାତ୍ରଛାତ୍ରୀଙ୍କ ସାମାନ୍ୟ ଅସୁସ୍ଥତା ଜାଣିପାରନ୍ତି ନାହିଁ ।ଯାହାଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲେ ଡାକ୍ତରଖାନାକୁ ନେଉଛନ୍ତି ଯାହାଫଳରେ ଚିକିତ୍ସା ପାଇଁ ନେବା ବାଟରେ ଓ ଚିକିତ୍ସାଧିନ ଅବସ୍ଥାରେ ଜୀବନ ଚାଲିଯାଉଛି ।ଗତ ଦିନମାନଙ୍କରେ ବାଟାଗୁଡା ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଥିଲା ଓ ବର୍ତମାନ ବୁଡ୍ରୁକିଆ ଆସ୍ରମ ବିଦ୍ୟାଳୟରେ ଦ୍ୱତୀୟ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା ଆମପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଓ ଚିନ୍ତାର ବିଷୟ ହୋଇଛି । ଦାୟୀତ୍ୱହୀନ ସ୍କୁଲ କର୍ମଚାରଙ୍କୁ କେବେବି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।ଯାହାଫଳରେ ନିଜର କର୍ତବ୍ୟକୁ ଖାମଖି।।ଲି ଭାବେ ସମ୍ପାଦନ କରୁଛନ୍ତି ।ଏଣୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଜୀବନକୁ ଆଖିଆଗରେ ରଖି ଆପଣଙ୍କ ନିକଟରେ ଏହି ଅଭିଯୋଗ ଗୁହାରି କରୁଅଛୁକି ଆପଣ ଉକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ଓକାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମ୍ଭେ ଆପଣଙ୍କ ଠାରେ ଉପକୃତ ହେବୁ । ପରିଷଦର ସଭାପତି ପ୍ରତାପ ମଳିକ,ଉପସଭାପତି ପରମାନନ୍ଦ ମଳିକ,ସମ୍ପାଦକ ଅସୋକ ମଳିକ,ଓ ଅନମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ