ଏସପି ଅଫିସକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାଣୀପେଣ୍ଠ ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଏସପି ଅଫିସକୁ ଯିବା ପାଇଁ ରହିଥିବା ମୁଖ୍ୟ ରାଣୀପେଣ୍ଠ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି I ସାମାନ୍ୟ ବର୍ଷା ହେଲେ ପାରଳାଖେମୁଣ୍ଡି ସହରର ସୁବାଷନଗର ଠାରୁ ରାଣୀପେଣ୍ଠ ଯିବା ରାସ୍ତା ଖାଲଖମା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଖାଲ ଗୁଡିକରେ ପାଣି ଭର୍ତ୍ତି ହୋଇ ବିପଦସଙ୍କୁଳ ହୋଇପଡୁଛି. ଏଥିଯୋଗୁଁ ଲୋକେ ଯାତାୟତ କରିବାକୁ ବିପଦ ମଣୁଛନ୍ତି I ଏପରିକି ଉକ୍ତ ରାସ୍ତାରେ ଥୂବା ଖାଲଖମାରେ ବହୁସମୟ ଧରି ପାଣି ଜମା ହୋଇ ରହୁଥ‌ିବାରୁ ଦୁଇଚକିଆ ଓ ତିନି ଚକିଆ ଯାନବାହାନ ଯାତାୟତ ବେଳେ ଦୁର୍ଘଟଣା ଘଟୁଛି | ଦୁର୍ଘଟଣା ଘଟିଲେ ପୁରୁଷ ଗାଡିଚାଳକ କୌଣସି ମତେ ନିଜକୁ ରକ୍ଷା କରୁଥିବା ବେଳେ ମହିଳା ଗାଡିଚାଳକ ଅବସ୍ଥା ଶୋଚନୀୟ ହୋଇପଡୁଛି। ପୂର୍ତ୍ତବିଭାଗ ବର୍ଷାଋତୁ ପୂର୍ବରୁ ରାସ୍ତାର ମରାମତି କରିବାର ଆବଶ୍ୟକ‌ତା ରହିଥ‌ିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ତାହା ନ କରିବା କାରଣରୁ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି | ସେହି କାରଣରୁ ଦୁର୍ଘଟଣା ବୃଦ୍ଧି ପାଉଛି | ଏ ବିଷୟରେ ଜନସାଧାରଣ ବିଭାଗୀୟ କର୍ତ୍ତୃପକ୍ଷ ହୁଅନ୍ତୁ କି ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କଲେ କୌଣସି ପ୍ରକାରର ସୁଫଳ ମିଳୁନି। ଏହାବ୍ୟତୀତ ବହୁ ସମୟ ଧରି ରାସ୍ତା ଓ ରାସ୍ତା ପାର୍ଶ୍ବରେ ପାଣି ଜମା ହେବା ଦ୍ବାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ