ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ

ବ୍ରହ୍ମପୁର,(ଅନିଲ କୁମାର):ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ସେହି ପରୀ ଏଠାରେ ଛାତ୍ର ଛାତ୍ରୀ ମାନେ ବୃକ୍ଷ୍ ରୋପଣର ଆବଶ୍ୟକତା ନେଇ ସଚେତନ କରିଥିଲେ । ସମସ୍ତେ ବୃକ୍ଷ ରୋପଣ କରିବା ନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏପରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ,ଶାରୀରିକ ଶିକ୍ଷୟତ୍ରୀ ଦୀପ୍ତି ରାଣୀ ସାହୁ, ତମନାଁ ରାଣୀ ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଚେୟାରମେନ ଗୌରୀ ଶଙ୍କର ପଣ୍ଡା, ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ଉପା ଉପାଧ୍ୟକ୍ଷ! ପ୍ରଣତି ଦାସ, ନିର୍ଦେଶକ କୁନାଲ କୌଶିକ ପଣ୍ଡା, ସହକାରୀ ନିର୍ଦେଶକ ରାହୁଲ ରାଜ୍ ପଣ୍ଡା, ସମସ୍ତ ଛାତ୍ର ଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ