ବେଲଗୁଣ୍ଠା ମହାଦେବ ଜୁଏଲର୍ସରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବାଙ୍କ ବଜାର ଟାଉନହଲ ନିକଟସ୍ଥ ମହାଦେବ ଜୁଏଲର୍ସରୁ ଦୁର୍ବୃତ୍ତ ମାନେ ସୁନା, ରୂପା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ଜୁଏଲର୍ସ ମାଲିକ ଡି ସଂଗ୍ରାମ କେଶରୀ ବିନ୍ଧାଣୀରା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ I ଆଜି ସକାଳେ ସେ ଆସି ଦୋକାନ ଖୋଲି ଦୋକାନର ସୋ କ୍ଯାସ୍ ଭଙ୍ଗାଯାଇଥିବା ଏବଂ ଦୋକାନରୁ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ I ଏନେଇ ସେ ତୁରନ୍ତ ବେଲଗୁଣ୍ଠା ଥାନାରେ ଜଣାଇବ ପରେ ବେଲଗୁଣ୍ଠା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ I ଏହି ସମୟରେ ସେ ଦୋକାନର ପଛପଟ କାନ୍ଥକୁ ଡ୍ରିଲ ମେସିନ୍ ଦ୍ୱାରା ଖୋଳି ସେହି ରାସ୍ତାରେ ଲୁଟେରା ଦୋକାନ ଭିତରକୁ ଯାଇଥିବା ଜାଣିପାରିଥିଲେ I ସିସିଟିଭି କ୍ଯାମରା ଲେନ୍ସ୍ ରେ କଳାରଙ୍ଗର କେମିକାଲ୍ ସ୍ପ୍ରେ କରିଥିବା ଦେଖିବାକୁ ପାଇଥିଲେ I ଏହିପରି ଭାବେ ଅତି ଚତୁରତାର ସହ ଲୁଟେରା ଗ୍ୟାଙ୍ଗ୍ ଚୋରି କରିବାରେ ସକ୍ଷମ ହୋଇଛନ୍ତି I ଏନେଇ ବେଲଗୁଣ୍ଠା ପୋଲିସ୍ ତରଫରୁ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା I ଅପରାହ୍ଣ ତିନି ଘଣ୍ଟା ସମୟରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ I ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରୁ ଫିଙ୍ଗର୍ ପ୍ରିଣ୍ଟ୍ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଥିବ ବେଳେ ସନ୍ଧାନୀ କୁକୁର ଖୋଳାଯାଇଥିବା କାନ୍ଥ ନିକଟରୁ ସେଣ୍ଟ୍ରାଲ କୋପର୍ଟିଭ ବ୍ୟାଙ୍କ ପର୍ଯ୍ୟନ୍ତ ଯାଇ କୌଣସି ସୁରାକ୍ ନପାଇ ଫେରି ଆସିଥିଲା I ବର୍ତ୍ତମାନ ପୋଲିସ୍ ସିସିଟିଭି ଫୁଟେଜ୍ ଏବଂ ବିଭିନ୍ନ ଲୋକେସନ୍ କୁ ଯାଞ୍ଚ୍ କରି ତଦନ୍ତ ଆଗେଇ ନେବ ବୋଲି ଜଣାପଡିଛି I ଏନେଇ ଜୁଏଲର୍ସ ମାଲିକ ଡି ସଂଗ୍ରାମ କେଶରୀ ବିନ୍ଧାଣୀରାଙ୍କ ଏତାଲା ପ୍ରକାରେ ଦୋକାନରୁ ପ୍ରାୟ 300ଗ୍ରାମ ସୁନା ଅଳଙ୍କାର, 3/4 କେଜି ରୂପା ଅଳଙ୍କାର ଏବଂ ନଗଦ ଚାଳିଶି ହଜାର ଟଙ୍କା ଚୋରି ହୋଇଥିବା ଦର୍ଶାଇଛନ୍ତି I ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 297/24 ରେ ଏକ ମାମଲା ରୁଜୁ ହୋଇଛି I ଏହିପରି ଚୋରି ବେଲଗୁଣ୍ଠାରେ ନୂଆଁ ଧରଣର ହୋଇଥିବାରୁ ଏଥିରେ କିଛି ସ୍ଥାନୀୟ ଲୋକଙ୍କ ସହ ବାହାର ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ