ଚୋରା ବାଲି ବୋଝେଇ ଟିପ୍ପର ଓ ଟ୍ରାକ୍ଟର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ କୀଡୀଗାଁ ଗ୍ରାମ ପାର୍ଶ୍ଵରେ ପ୍ରବାହିତ ହେଉଥିବା ବଂଶଧାରା ନଦୀରୁ ଚୋରାରେ ବୋଲି ଚାଲାଣ ବହୁ ଦିନ ଧରି ଆନ୍ଧ୍ରପ୍ରଦେଶକୁ ହେଉଥିବା ବହୁ ନଜର ରହିଛି. ରାତ୍ର ସମୟରେ କାଶୀନଗର ପୋଲିସର ପେଟ୍ରୋଲିଙ୍ଗ ବେଳେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ଟିପ୍ପର କୀଡୀଗାଁ ଗ୍ରାମ ନିକଟରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯିବା ବେଳେ ଜବତ କରି ଥାନାରେ ଅଟକ ରଖାଯାଇଛି. ଥାନା ଅଧିକାରୀ ସୁନୀଲ କୁମାର ବେହେରା ରାତ୍ରି ଯାଞ୍ଚ ବେଳେ ସେମାନେ ଆବଶ୍ୟକୀୟ କାଗଜ ପତ୍ର ନ ଦେଖାଇବାରୁ ଦୁଇ ବାଲି ବୋଝେଇ ଗାଡି ଜବତ କରାଯାଇଥିବା ଜଣାଇଛନ୍ତି. ଏନେଇ ଗଜପତି ଜିଲ୍ଲା ସ୍ଥିତ ଖଣି ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ବୋଲି ସେ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ