ଆଶାଦିଦିମାନଙ୍କ ମାସିକ ସ୍ୱଳ୍ପ ବେତନରୁ ୧ ହଜାରରୁ ୧୫ ଶହ ଟଙ୍କା ଆତ୍ମସାତ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଆଶା ଦିଦିମାନଙ୍କ ମାସିକ ସ୍ୱଳ୍ପ ବେତନରୁ ୧ ହଜାର ଟଙ୍କାରୁ ୧୫ ଶହ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି. ଘଟଣା ନେଇ ଆଶାଦିଦିମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ସ୍ଥାନୀୟ ବିଡ଼ିଓଙ୍କୁ ଏନେଇ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି. ଘଟଣା ନେଇ ଆଶାଦିଦିମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାନଗଲେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବୁ ବୋଲି ଆଶାଦିଦିମାନେ ଜଣାଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଥିବା ବେଳେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଆସୁଛି. ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ସେବା ଯୋଗାଇ ଦେଇ ଆସୁଥିବା ଆଶା କର୍ମୀମାନଙ୍କ ମାସିକ ସ୍ୱଳ୍ପ ପାରିଶ୍ରମିକ ଦରମା ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଯେ ଗୁମ୍ମା ବ୍ଲକରେ କାର୍ଯ୍ୟରତ ଆଶା କର୍ମଚାରୀ ମାନେ ଦିନରାତି ପରିଶ୍ରମ କରି ଯେଉଁ ମାସିକ ବେତନ ଟଙ୍କା ପାଇବା ଆଶାରେ ନିଜ କାର୍ଯ୍ୟ ସମ୍ପାଦନ କରନ୍ତି ସେମାନଙ୍କ ଦରମା ଟଙ୍କାରୁ ୧ ହଜାରରୁ ୧୫ସହ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ନିଜ ପାରାଶ୍ରମିକ ବେତନ ଠାରୁ ଅତିରିକ୍ତ ବେତନ ଶିଶୁ ଜହ୍ନ ଓ ମୃତ୍ୟୁ ବାବଦରେ କେତେ ଟଙ୍କା ଦିଆଯାଉଛି ଏବଂ ମାସିକ ସଠିକ ସମୟରେ ଦରମା ଦିଆଯାଉ ନଥିବା ଅଭିଯୋଗ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ସବିତା ଲିମ୍ମା, ରଶ୍ମିତା ରାଇକା, କୁମାରୀ ଭୂୟାଁ, ମୋନିଲା ରାଇକା, ସେବାନି ଗମାଙ୍ଗ ଓ ଦୀପାରାଣୀ ସାହୁ ପ୍ରମୁଖ ଆଶାକର୍ମୀ. ସମୂହ ଭାବେ ଏକ ଲିଖିତ ଅଭିଯୋଗ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ପାର୍ଥ ପଣ୍ଡାଙ୍କୁ ଦେବା ସହ ବିଏଏମ ଗଙ୍ଗାଧର ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ସଠିକ ସମୟରେ ଦରମା ସହ ଅତିରିକ୍ତ ଦରମା ପ୍ରଦାନ କରାନଗଲେ ସମୂହ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଉକ୍ତ ବିଏଏମ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଲମ୍ବା ଅଭିଯୋଗ ରହିଥିବା ସହ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବସିଥିବା ବାବୁଙ୍କ ଉପରେ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ ଅନୁକମ୍ପା ରହିଥିବା ଅଭିଯୋଗ ହୋଇଛି। ଏନେଇ ସିଡ଼ିଏମଓ ଡ଼ଃ ପ୍ରଦୀପ କୁମାର ପାତ୍ର ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସରକାରୀ କାର୍ଯ୍ୟାଳୟରେ ମଦ ବୋଟୋଲ ରଖି କାର୍ଯ୍ୟ ପରିଚାଳନା କରିବା ଭିଡ଼ିଓ ଭାଇରଲ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଞ୍ଚଳବାସୀଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ